ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ : ୧୧ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

29

କନକ ବ୍ୟୁରୋ : ରାଜ୍ୟରେ ଉଦବେଗଜନକ ହୋଇଛି ଡେଙ୍ଗୁ ସ୍ଥିତି । ଏପର୍ଯ୍ୟନ୍ତ ୨ ଜଣଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବାବେଳେ ୧୧ଶହ ୯ ଜଣଙ୍କ ରକ୍ତରେ ପଜିଟିଭ ଚିହ୍ନଟ ହେଲାଣି । ଜଗତପୁର ଶିଳ୍ପାଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ଦେଖାଦେଇଛି । ସେଥିପାଇଁ ସେହି ଅଂଚଳକୁ ସଫାସୁତରା କରିବା ପାଇଁ ଇଡକୋକୁ ନିର୍ଦ୍ଦେଶ ଦିଆଯାଇଛି । ଡେଙ୍ଗୁ ସ୍ଥିତି ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେପଟେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା କରିବାକୁ ଓଡିଶାରେ ପହଂଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ । ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଂଚିଥିବାବେଳେ ଆଜି ଏନେଇ ସମୀକ୍ଷା କରିବେ ବୋଲି ଜଣାପଡିଛି । ସେହିପରେ ମନ୍ତ୍ରୀ ଏମ୍ସ ପରିଦର୍ଶନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।