ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା କଲେ ଜନସ୍ୱାସ୍ଥ୍ୟ ବିଭାଗ ସହ କେନ୍ଦ୍ରୀୟ ଟିମ୍

19

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ସହ କେନ୍ଦ୍ରୀୟ ଟିମ୍ ରାଜ୍ୟରେ ବ୍ୟାପୁଥିବା ଡେଙ୍ଗୁ ସ୍ଥିତିର ସମୀକ୍ଷା କରିଛି । ଡେଙ୍ଗୁ ପ୍ରଭାବିତ ଅଂଚଳ ଗସ୍ତ କରିବା ପରେ କେନ୍ଦ୍ରୀୟ ଟିମ୍ ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କେବଳ ଓଡିଶାରେ ନୁହେଁ ସାରା ଦେଶରେ ଡେଙ୍ଗୁ କାୟା ବିସ୍ତାର କରିଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରୀୟ ଟିମ୍ ମୁଖ୍ୟ ଡାକ୍ତର ଜି.ଏସ ସୋନାଲ । ଦୀର୍ଘସ୍ଥାୟୀ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।