ଅଣାୟତ ଡେଙ୍ଗୁ ସ୍ଥିତି : ନବରଙ୍ଗପୁରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

23

ନବରଙ୍ଗପୁର : ରାଜ୍ୟରେ ଏବେ ଅଣାୟତ ହେବାରେ ଲାଗିଛି ଡେଙ୍ଗୁ ସ୍ଥିତି । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ତାଙ୍କ ଚିକିତ୍ସା ଚାଲିଛି । ବର୍ତମାନ ତାଂକ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି ।