କେନ୍ଦୁଝରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ : ଧୀରେ ଧୀରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

15

କେନ୍ଦୁଝର : କେନ୍ଦୁଝରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ଧୀରେ ଧୀରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ ଟପିଥିବା ବେଳେ ଆଉ ୧୩୪ଜଣଙ୍କ ରକ୍ତ ନମୂନା ସଂଗୃହୀତ କରାଯାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି । ଘର ଚାରିପାଖ ସଫା ସୁତରା ରଖିବାକୁ ପରାମର୍ଶ ଦେଉଛି ପ୍ରଶାସନ । ଖୋଦ ଜିଲ୍ଲାପାଳ ବି ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ବୁଝାଉଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ବିଭିନ୍ନ ଅଂଚଳ ବୁଲି ଡେଙ୍ଗୁ ସ୍ଥିତି ଅନୁଧ୍ୟାନ କରିବା ସହ ରକ୍ତ ନମୂନା ସଂଗ୍ରହ କରୁଛି ।