କନକ ବ୍ୟୁରୋ: କୋକସରାରେ ଅଣାୟତ ହେଉଛି ଡେଙ୍ଗୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡୁଗାଁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୯୧ଟି ରକ୍ତ ନମୂନା ମଧ୍ୟରୁ ୨୪ଟି ରିପୋର୍ଟରେ ଡେଙ୍ଗୁ ପଜିଟିଭ୍ ଆସିଛି । ଆଜି ପୁଣି ୩୦ଟି ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି । କିଛି ଡେଙ୍ଗୁ ରୋଗୀ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି ।

ଲଡୁଗାଁରେ ପହଂଚି ଡାକ୍ତରୀଦଳ ପରୀକ୍ଷା ନୀରିକ୍ଷା ଜାରି ରଖିଛନ୍ତି । ଆହୁରି ଅଧିକ ଲୋକଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଉଛି । ରକ୍ତ ନମୂନା ସବୁ କଳାହାଣ୍ଡି ଓ ବଲାଙ୍ଗିର ମେଡିକାଲକୁ ପରୀକ୍ଷା ପାଇଁ ପଠାଯାଉଛି । ଲଡୁଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।