ସଂଗିନ୍ ହେଉଛି ଡେଙ୍ଗୁ ସ୍ଥିତି : ଏସସିବିରେ ୧୦୨ରେ ପହଂଚିଲା ରୋଗୀ ସଂଖ୍ୟା

16

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଏସସିବିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୨କୁ ଛୁଇଁଛି । ଏବେସୁଦ୍ଧା ଡେଙ୍ଗୁରେ ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏଥି ମଧ୍ୟରେ ୪୭ ଜଣ କଟକର ହୋଇଥିବା ଜଣାପଡିଛି। ସେପଟେ ଆଜି ଡେଙ୍ଗୁ ସ୍ଥିତି ନେଇ ଜଗତପୁର ଶିଳ୍ପାଚଂଳ ପରିଦର୍ଶନ କରିବେ ଜିଲ୍ଲାପାଳ ।