କଟକ ବ୍ୟୁରୋ ,କନକ ନ୍ୟୁଜ୍ : ଅଣାୟତ ହେଉଛି ଡେଙ୍ଗୁ ପରିସ୍ଥିତି । ଡେଙ୍ଗୁ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କଟକ ଗସ୍ତ କରିଛନ୍ତି । ଏସସିବି ଡେଙ୍ଗୁ ୱାର୍ଡ ବୁଲି ପରିଦର୍ଶନ କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହା ସହ ଆକ୍ରାନ୍ତଙ୍କୁ ମାଗଣାରେ ଓøଷଧ ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି । ଜଗତପୁର ପରେ ଏବେ କଟକ ସିଡିଏ ୧୩ ନମ୍ବର ଅଂଚଳର କିଛି ବସ୍ତିରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ପୂର୍ବରୁ କଟକ ଏସସିବି ସ୍ୱତନ୍ତ୍ର ଡେଙ୍ଗୁ ବିଭାଗରେ ୩୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ କେବଳ କଟକ ବାସିନ୍ଦା ବୋଲି ଜଣାପଡିଛି । କେନ୍ଦୁଝରରେ ମଧ୍ୟ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ବର୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ରେ ପହଂଚିଛି । ସେପଟେ ବଡବିଲ ଅଂଚଳରେ ଜଣେ ଡେଙ୍ଗୁ ରେଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।