ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ : ୨୨ ଜିଲ୍ଲାରେ କାୟା ବିସ୍ତାର କଲାଣି ଡେଙ୍ଗୁ, ସତର୍କ ରହିବାକୁ ବିଭାଗ ଦେଲା ପରାମର୍ଶ

63

କନକ ବ୍ୟୁରୋ : ରାଜ୍ୟରେ ଦେଖାଗଲଣି ଡେଙ୍ଗୁ ମୃତ୍ୟୁ । ବର୍ଷା ଦିନରେ ସାଧାରଣ ଭାବରେ ମ୍ୟାଲେରିଆ ଆଦି ଜର ହୋଇ ଆଗରୁ ଲୋକମାନଙ୍କ ପ୍ରାଣ ଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଡେଙ୍ଗୁ ଉଗ୍ର ରୂପ ନେଉଛି । ତେବେ ଡେଙ୍ଗୁରେ ଏ ପର୍ଯ୍ୟନ୍ତ କୈାଣସି ଲୋକଙ୍କର ମୃତ୍ୟୁ ହୋଇନଥିବା ସ୍ୱସ୍ଥ୍ୟ ବିଭାଗ କହୁଥିଲା । କିନ୍ତୁ ବେସରକାରୀ ରିପୋର୍ଟ ଅନୁସାରେ ରାଜ୍ୟରେ ଜେଙ୍କୁ ମୃତ୍ୟୁରେ ତିନିଜଣଙ୍କ ପ୍ରାଣ ଗଲାମି । କିନ୍ତୁ ତାହାକୁ ରାଜ୍ୟ ସରକାର ଗ୍ରହଣ କରୁନଥିଲା । ତେବେ ବର୍ତ୍ତମାନ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମାନିଛି ଯେ, ଚଳିତବର୍ଷ ରାଜ୍ୟରେ ୩ଜଣ ବ୍ୟକ୍ତି ଡେଙ୍ଗୁରେ ପ୍ରାଣ ପ୍ରାଣ ହରାଇଛନ୍ତି । ରାଜଧାନୀରେ ଜଣେ ଓ ଏସସିବିରେ ୨ଜଣ ବ୍ୟକ୍ତି ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ବୋଲି ବିଭାଗ ପକ୍ଷରୁ ସ୍ୱୀକାର କରାଯାଇଛି। ପୂର୍ବରୁ ଏହି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ଅସ୍ୱୀକାର କରି ଆସୁଥିଲା।

 

dengue-

ଚଳିତବର୍ଷ ରାଜ୍ୟର ୨୨ଟି ଜିଲ୍ଲାରେ ଡେଙ୍ଗୁ କାୟା ବିସ୍ତାର କରିସାରିଲାଣି । ଜାନୁଆରି ପହିଲାରୁ ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୬୬୦ ଛୁଇଁଛି । ଚନ୍ଦ୍ରଶେଖରପୁର, ସାଲିଆସାହି, ନୂଆପଲ୍ଲୀ ଓ ଅନ୍ୟାନ୍ୟ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଜୁନ୍ରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ଡେଙ୍ଗୁରେ ପ୍ରାଣ ହରାଇଥିବା ଜଣାପଡ଼ିଥିଲା ଏହାସହ ଜୁନ୍ ୨୬ ତାରିଖରେ କେନ୍ଦୁଝର ଅଞ୍ଚଳର ଜଣେ ବ୍ୟକ୍ତି ଡେଙ୍ଗୁ ଆକ୍ରାନ୍ତ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିଲେ। ପରବର୍ତୀ ସମୟରେ ଚଳିତମାସ ୯ ତାରିଖରେ ପୁରୀ ଅଞ୍ଚଳର ଆଉ ଜଣେ ବ୍ୟକ୍ତି ମଧ୍ୟ ଏସସିବିରେ ଡେଙ୍ଗୁରେ ପ୍ରାଣ ହରାଇଥିବା ଏସସିବି କର୍ତୃପକ୍ଷ ସୂଚନା ଦେଇଥିଲେ। ମାତ୍ର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଚଳିତବର୍ଷ ରାଜଧାନୀରେ ପ୍ରାଣ ହରାଇଥିବା ମହିଳାଙ୍କୁ ଏକମାତ୍ର ଡେଙ୍ଗୁଜନିତ ମୃତ୍ୟୁ ବୋଲି ଜିଦରେ ଅଟଳ ରହିଥିଲେ। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଆଜି ବାକି ୨ଟି ମୃତ୍ୟୁ ମଧ୍ୟ ଡେଙ୍ଗୁଜନିତ ବୋଲି ମାନି ନେଇଛି।

 

ରାଜ୍ୟରେ ଯଦି କୌଣସି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ହୁଏ, ସେସବୁ ବ୍ୟକ୍ତିମାନଙ୍କର ମୃତ୍ୟୁର ଏକ ଡାକ୍ତରୀଦଳ ସମୀକ୍ଷା କରିଥାଏ। ଏସସିବିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ଟିକେଟ୍ ଯାଞ୍ଚଠାରୁ ଆରମ୍ଭ କରି ଆକ୍ରାନ୍ତଙ୍କ ରୋଗ ସଂପର୍କରେ ଟିକିନିଖି ଯାଞ୍ଚ ହୋଇଥାଏ। ପରୀକ୍ଷାଗାରରେ ରକ୍ତ ପରୀକ୍ଷା ହୋଇଛି କି ନାହିଁ, ଏପରିକି ଆକ୍ରାନ୍ତଙ୍କ ଘରକୁ ବିଭାଗର ଅଧିକାରୀ କ୍ଷେତ୍ର ନିରୀକ୍ଷଣ କରିଥାନ୍ତି। ପରେ ତାହା ଡେଙ୍ଗୁ ଜନିତ ମୃତ୍ୟୁ କି ନାହିଁ ସ୍ପଷ୍ଟ ହୋଇଥାଏ। ରାଜଧାନୀରେ ପ୍ରାଣ ହରାଇଥିବା ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମୀକ୍ଷା ହୋଇଥିଲା। ମହିଳା ଜଣକ ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିବାରୁ ସ୍ୱାସ୍ଥ୍ୟସେବା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏହାର ସମୀକ୍ଷା ହୋଇଥିଲା। ଏଥିରେ ଆରଏମ୍ଆରସିର ଅଧିକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତର ଉପସ୍ଥିତ ରହିଥିଲେ। ପରେ ଏହା ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଥିଲା। ଅପରପକ୍ଷରେ ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁଆରି ପହିଲାରୁ ଏ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୨୮୧, କଟକରେ ୯୬, ରାୟଗଡ଼ାରେ ୫୯, ପୁରୀ ୩୧ ଓ ଯାଜପୁର ଜିଲ୍ଲାରେ ୨୭ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଆଜି ଏସସିବିରେ ପରୀକ୍ଷା ହୋଇଥିବା ୬୫ଟି ରକ୍ତ ନମୁନାରୁ ୧୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ କଟକର ରହିଛନ୍ତି ୧୨ଜଣ। ଢେଙ୍କାନାଳ ଓ ସୋନପୁରର ୨ଜଣ, ଅନୁଗୁଳ, ଜଗସିଂହପୁର, ଭଦ୍ରକରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ୩୯ଜଣ ଡେଙ୍ଗୁ ରୋଗୀ ଏସସିବିରେ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୫ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

dengu in keunjharତେବେ ରାଜ୍ୟରେ ପ୍ରତ୍ୟେକ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଛି । ପୂର୍ବ ବର୍ଷରେ ମଧ୍ୟ ଅନେକ ଲୋକ ଏହି ଜରରେ ପ୍ରାଣ ହରାଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ରୋଗର ଚିକିତ୍ସ। ସମ୍ପୂର୍ଣ୍ଣ ମାଗଣାରେ କରାଯିବା ନେଇ ଘୋଷଣା ହୋଇଛି । ଗ୍ରାମାଞ୍ଚଳରେ ଲୋକମାନଙ୍କ ସହ ସହରରେ ବାସ କରୁଛିବା ଲୋକମାନଙ୍କୁ ମଧ୍ୟ ଏହି ଜରର ଭୟ ରହିଛି । ପ୍ରତ୍ୟେକ ବର୍ଷ ରାଜ୍ୟରେ ଅନେକ ଲୋକ ଏଦି ଜରରରେ ଅକାରଣାରେ ପ୍ରାଣ ତ୍ୟାଗ କରୁଛନ୍ତି । ରୋଗ କମିବା ପରିବର୍ତ୍ତେ କିପରି ବଢୁଛି ତାହାକୁ ଅନୁଧ୍ୟାନ କରାଯାଉଥିବା ନେଇ ବିଭାଗ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବତ୍ତମାନ ସ୍ଥିତିରେ କିପରି ଭାବରେ ଏହାକୁ ରୋକାଯାଇ ପାରିବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେବେ ଆଗାମୀ ଦିନରେ ଲୋକମାନଙ୍କୁ ସଚେତନ କରାଯିବା ସହ ଘର ପାଖରେ ଯେପରି କୈାଣସି ସ୍ଥାନରେ ବର୍ଷାପାଣି ଜମି ନରୁହେ ତାହା ଉପରେ ଲୋକମାନଙ୍କ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।