ବିମୁଦ୍ରାକରଣ ନେଇ ବଡ଼ ବିତର୍କ । କେତେ ସଫଳ କେତେ ବିଫଳ ?

31

କନକ ବ୍ୟୁରୋ: ବିମୁଦ୍ରାକରଣ ନେଇ ଆରବିଆଇ ତଥ୍ୟ ଜାରି କରିବା ପରେ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତିି ବିରୋଧୀ ଓ ସରକାର । ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମୁଦ୍ରାକରଣରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିବା ପରେ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ମଧ୍ୟ ସରଗରମ ହୋଇଉଠିଛି । ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟାର ଜବାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍ୱାଧୀନତା ପରେ ଜିଏସଟି ଓ ବିମୁଦ୍ରାକରଣ ମୋଦି ସରକାରଙ୍କ ଦୁଇଟି ବଡ ପଦକ୍ଷେପ ଥିଲା । ଏହା ଭାରତର ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

dharmendra pradhanସେପେଟେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, ବିମୁଦ୍ରାକରଣ ଯୋଗୁଁ ଦେଶର ଭଲ ହୋଇଛି କି ଖରାପ ତାହା ଲୋକମାନେ ବର୍ତ୍ତମାନ ଅନୁଭବ କରୁଛନ୍ତି । ଗଣତନ୍ତ୍ରରେ ଲୋକମାଙ୍କର ଅନୁଭବର ପରୀକ୍ଷା ଆଉ କିଛି ମାସ ବାକି ଅଛି । ତେବେ ଲୋକମାନେ ଲୋକ କଣ ଅନୁଭବ କରିଛନ୍ତି ତାହା ଜଣାପଡିବ ବୋଲି କହିଛନ୍ତି ସୌମ୍ୟରଂଜନ ।

soumya ranjan patanaik meet naveen patanaikଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମୁଦ୍ରାକରଣ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦-୨୫ଜଣ ଶିଳ୍ପପତି ବନ୍ଧୁଙ୍କୁ ଫାଇଦା ଦେବା ପାଇଁ ଦେଶର ଯୁବକ, ମହିଳା, କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ଏହି ବିମୁଦ୍ରୀକରଣ ପଦକ୍ଷେପ ଦେଶର ଏକ ବଡ ଦୁର୍ନୀତି ବୋଲି କହି ମୋଦିଙ୍କୁ ସମାଲୋଚନା କରିଥିଲେ ରାହୁଲ ।

modi and rahul