ବିମୁଦ୍ରାକରଣର ପ୍ରଭାବ ! ଆଜିଠୁ ବ୍ୟାଙ୍କରେ ଜମା ହୋଇପାରିବନି ପୁରୁଣା ନୋଟ୍

28

କନକ ବ୍ୟୁରୋ : ବ୍ୟାଙ୍କରେ ଅଚଳ ନୋଟ୍‌ ଜମା କରିବାର ଅବଧି ଗତକାଲି ଶେଷ ହୋଇଯାଇଛି । ଆଜିଠାରୁ ବ୍ୟାଙ୍କ ଗୁଡ଼ିକ ଆଉ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବେ ନାହିଁ । ଅପରପକ୍ଷେ ବିମୁଦ୍ରାକରଣ ପରଠୁ ଗତକାଲି ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡ଼ିକରେ କେତେ ପରିମାଣରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଜମା ହୋଇଛି ତା’ର ରିପୋର୍ଟ ମାଗିଛି ଆରବିଆଇ ।

ଇ-ମେଲ ମାଧ୍ୟମରେ ଅଚଳ ନୋଟ୍‌ଜମା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ, ଘରୋଇ, ଗ୍ରାମ୍ୟ ଓ କୋଅପରେଟିଭ୍‌ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ ।