ଅଚଳ ନୋଟ୍, ଅଚଳ ସଂସଦ: ସରକାରଙ୍କୁ ଘେରିଲେ ବିରୋଧୀ ସାଂସଦ

37

କନକ ବ୍ୟୁରୋ : ଆଜି ବି ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଛି । ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ହୋଇପାରିନି । ରାଜ୍ୟସଭାରେ ନୋଟବନ୍ଦୀକୁ ବିରୋଧ କରି ବିରୋଧୀ ସଂସଦ ହୋହାଲ୍ଲା କରିଥିଲେ । ବିରୋଧୀ ଅଭିଯୋଗ କରିଛନ୍ତି, ହଠାତ୍ ନୋଟ ଅଚଳ ନିଷ୍ପତି ଫଳରେ ସବୁଠି ବେଶୀ ପ୍ରଭାବିତ ହୋଇଛନ୍ତି ଚାଷୀ ଓ ଗରିବ ଲୋକ । ବିହନ, ସାର କିଣିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛି ଚାଷୀ ।