ମୋଦିଙ୍କ ହମ୍ ପାଂଚ୍ ! ବିମୁଦ୍ରାକରଣ ନିଷ୍ପତି ପୂର୍ବରୁ ମୋଦି କରିଥିଲେ ଗୁପ୍ତମନ୍ତ୍ରଣା

17

ଅତି ଗୋପନରେ ପ୍ରସ୍ତୁତ ହୋଇଥିଲା ବିମୁଦ୍ରାକରଣ ଘୋଷଣା ପାଇଁ ଯୋଜନା । ଏଭଳି ଐତିହାସିକ ସଂସ୍କାରମୂଳକ ପଦକ୍ଷେପର କ’ଣ ପଡିବ ପ୍ରଭାବ, ସେନେଇ ଗବେଷଣା କରିଥିଲେ କିଛି ଯୁବ ଗବେଷକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କାମ କରୁଥିବା ଏହି ଅଧିକାରୀମାନେ ତିଆରି କରିଥିଲେ ବ୍ଲୁ-ପ୍ରିଂଟ ।

ମୋଦିଙ୍କ ବ୍ୟତିତ, ଅର୍ଥ ବିଭାଗର ଟପ୍ ବ୍ୟୁରୋକ୍ରାଟ ହସମୁଖ ଆଧିୟା ଓ ଅନ୍ୟ ୫ ଅଫିସରଙ୍କୁ ଏହି ନିଷ୍ପତି ସଂପର୍କରେ ଜଣାଥିଲା । ଆଉ ଶେଷରେ ନଭେମ୍ବର ୮ ତାରିଖରେ ୫୦୦ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ନଭେମ୍ବର ୮ ତାରିଖ । ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଆଜି ମଧ୍ୟରାତ୍ରିରୁ ଅଚଳ ହୋଇଯିବ ୫୦୦ ଓ ହଜାରେ ଟଙ୍କିଆ ନୋଟ । ତେବେ ଅଚାନକ ବଡ ନୋଟ୍ ବ୍ୟାନ କରିବା ପୂର୍ବରୁ କିଛି ଏହିଭଳି ଭାବରେ ଚାଲିଥିଲା ସିକ୍ରେଟ ମିଶନ ।

ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀସ୍ଥିତ ବାସଭବନ କାର୍ଯ୍ୟାଳୟରେ କିଛି ବିଶ୍ୱସ୍ତ ଅଫିସରଙ୍କୁ ନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଂଟ୍ । ଟପ୍ ବ୍ୟୁରୋକ୍ରାଟ ହସମୁଖ ଆଧିୟା ଓ ଅନ୍ୟ ୫ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ବିମୁଦ୍ରାକରଣ ନିଷ୍ପତିକୁ ଗୋପନ ରଖିବା ଥିଲା ଅତ୍ୟନ୍ତ ଜରୁରୀ । ଆଉ ସେଥିପାଇଁ ଯୋଜନାକୁ ଗୋପନ ରଖିବାକୁ ଶପଥ ନେଇଥିଲେ ଏହି ୬ ଅଧିକାରୀ ।

ଦେଶର ସବୁଠାରୁ ବଡ ସଂସ୍କାରମୂଳକ ପଦକ୍ଷେପ ପାଇଁ ସହଯୋଗ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ସେଭେନ ରେସକୋର୍ସସ୍ଥିତ ବାସଭବନରେ କାମ କରୁଥିବା କିଛି ଯୁବ ଗବେଷକ । ମୋଟାମୋଟି ନଭେମ୍ବର ୮ରେ ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ ନିଷ୍ପତି ସଂପର୍କରେ କେବଳ ଏହିମାନଙ୍କୁ ହିଁ ଜଣାଥିଲା ।

ରାତିଅଧିଆ ଦେଶର ୮୬ ପ୍ରତିଶତ ଟଙ୍କାକୁ ଅଚଳ କରିଦେବା ନିଷ୍ପତ୍ତିି ଗୋପନ ରଖିବା ନିହାତି ଜରୁରୀ ଥିଲା । କଳା ଟଙ୍କାକୁ ଧଳା କରିବା ପାଇଁ ସୁଯୋଗ ଦେବାକୁ ଚାହୁଁନଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ପୂର୍ବରୁ ପ୍ରଘଟ ହେଲେ ସୁନା, ଜମି କିମ୍ବା ଅନ୍ୟାନ୍ୟ ଆସେଟ୍ସରେ କଳାଟଙ୍କାକୁ ବ୍ୟବହାର କରିବାର ଆଶଙ୍କା ରହିଥିଲା । ସେଥିପାଇଁ ନୂଆନୋଟ ଛାପିବା ଏବଂ ଦେଶର ପ୍ରାୟ ୨ଲକ୍ଷ ଏଟିିଏମକୁ ରି-କାଲିବରେଟ କରିବା ମଧ୍ୟ ସମ୍ଭବ ହୋଇନଥିଲା ।

ବିମୁଦ୍ରାକରଣ ଘୋଷଣା ହେବା ପରେ ଦେଶର ବ୍ୟାଙ୍କ ଓ ଏଟିଏମ ସାମ୍ନାରେ ଲୋକଙ୍କ ଗହଳି ଲାଗିବ ବୋଲି ଭଲଭାବେ ଜଣିଥିଲେ ପ୍ରଧାନମନ୍ତ୍ରୀ ମୋଦି । କିନ୍ତୁ ଏହି ସଂସ୍କାର ପଦକ୍ଷେପ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଟଙ୍କାରେ ପରିମାଣ ବଢିଇବା ଆଶା କରାଯାଉଥିଲା ।

ସେହିପରି ଅଧିକ ଟିକସ ଆୟ ମଧ୍ୟ ରଖିଥିଲେ ସରକାର । କଳାଧନ ଉପରେ ଅଙ୍କୁଶ ଲଗାଇବା ସହ ଜାଲନୋଟ କାରବାର ଓ ଆତଙ୍କବାଦ ଏବଂ ଡ୍ରଗ୍ସ କାରବାରକୁ ଏହା ସଂପୂର୍ଣ୍ଣ ରୋକିବାରେ ସମର୍ଥ ହେବ ବୋଲି ଆଶା କରୁଥିଲେ ମୋଦି ।