ବିମୁଦ୍ରାକରଣ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ରାହୁଲ ଗାନ୍ଧି

35

କନକ ବ୍ୟୁରୋ : ଦେଶରେ ଜୋର ଧରିଛି ବିମୁଦ୍ରାକରଣ ରାଜନୀତି । ବଡ ନୋଟ ଅଚଳ ଘୋଷଣାକୁ ପାଖାପାଖି ଦେଢ ମାସ ବିତିଥିଲେ ସୁଦ୍ଧା ଖୁଚୁରା ସଂକଟ ଦୂର ହୋଇ ପାରିନାହିଁ । ଯାହାକୁ ନେଇ ରାଜନୀତି ଜୋର ଧରିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ଯୋଗୁଁ ଚାଷୀ ମୁଲିଆ ଅସୁବିଧା ଭୋଗୁଥିବା କଂଗ୍ରେସ ଅଭିଯୋଗ କରୁଛି । ଚାଷୀଙ୍କ ସମସ୍ୟା ନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧି । ବିମୁଦ୍ରାକରଣକୁ ନେଇ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରୁନାହିଁ । ଯାହା ବିକ୍ରି ହେଉଛି ତାର ପ୍ରାପ୍ୟ ମଧ୍ୟ ପାଉନଥିବା କହିଛି କଂଗ୍ରେସ ।

ସେଥିପାଇଁ କୃଷି ଋଣ ଛାଡ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ରାହୁଲ ଗାନ୍ଧି । ଏହାସହ ବିଜୁଳି ବିଲ୍ ଅଧା କରିବା ସହ କୃଷିଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବଢାଇବା ପାଇଁ ମୋଦିଙ୍କ ପାଖରେ ଦାବି ରଖିଛି କଂଗ୍ରେସ ପ୍ରତନିଧି ଦଳ । କଂଗ୍ରେସ ପ୍ରତନିଧି ଦଳରେ ରହିଛନ୍ତି ଗୁଲାବ ନବି ଆଜାଦ୍, ରାଜବବର , ପ୍ରମୋଦ ତିୱାରୀଙ୍କ ଭଳି ଟାଣୁଆ ନେତା ।