ନୋଟ୍- ନିୟମ-ନିରାଶା ! ପୁରୁଣା ଟଙ୍କା ବଦଳକୁ ନେଇ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କରେ ଉତ୍ତେଜନା 

48

କନକ ବ୍ୟୁରୋ : ବିମୁଦ୍ରାକରଣକୁ ୬୦ ଦିନରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଏବେ ବି କମିନି ଲୋକଙ୍କ ଅସୁବିଧା । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ କରୁଥିବା ନିୟମରେ ପରିବର୍ତନ ସାଧାରଣ ଜନତାଙ୍କ ପାଇଁ କାଳ ସାଜୁଛି ।

ସେମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ । ଦୀର୍ଘ ୧୨ ବର୍ଷ ଧରି ହୃଦଘାତରେ ଆକ୍ରାନ୍ତ ଥିବା କଟକର ଶିବାନନ୍ଦ ଦୀର୍ଘ ଦିନ ହେଲା ହସ୍ପିଟାଲରେ ଥିଲେ । ଏବେ ନିଜ ପାଖରେ ସଂଚିତ ପୁରୁଣା ନୋଟକୁ ବଦଳାଇବାକୁ ଆରବିଆଇକୁ ଆସିଥିଲେ । ହେଲେ ଆରବିଆଇ କତୃପକ୍ଷ ପୁରୁଣା ନୋଟ୍ ବଦଳ କରିବାକୁ ମନା କରିଦେଇଛନ୍ତି ।

ସରକାର କହିଛନ୍ତି ନିଜ ପରିଚୟ ପତ୍ର ଦେଖାଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କରେ ପୁରୁଣା ନୋଟ ବଦଳ କରିହେବ । କିନ୍ତୁ ଭୁବନେଶ୍ୱର ଶାଖା ବର୍ତମାନ ଏହି ଅଚଳ ନୋଟକୁ ନେବାକୁ ମନା କରୁଛନ୍ତି । କହିଛନ୍ତି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କେବଳ ପ୍ରବାସୀ ଭାରତୀୟ ଓ ବିଦେଶ ଗସ୍ତରେ ଥିବା ଭାରତୀୟ ଏହି ସୁବିଧା ପାଇପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫୦ ଦିନ ବତିଗଲାଣି । କିନ୍ତୁ ପୁରୁଣା ନୋଟ ବଦଳ ଓ ଟଙ୍କା ଉଠାଣକୁ ନେଇ ଏବେ ମଧ୍ୟ ସାଧାରଣ ଲୋକଙ୍କ ଦ୍ୱନ୍ଦ ଦୂର ହୋଇନି ।