ପକେଟକୁ ଆସିବ ୫୦୦ ! ଦିନେ ଦୁଇଦିନ ଭିତରେ ଦୂର ହୋଇପାରେ ଖୁଚୁରା ସଂକଟ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ବିମୁଦ୍ରାକରଣର ପ୍ରଭାବ କମିବ । ଆଜି ରାଜ୍ୟକୁ ବହୁ ପରିମାଣରେ ପାଂଚଶହ ଓ ଶହେ ଟଙ୍କିଆ ଆସୁଛି, ଯାହା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଗୁଡିକରେ ପହଂଚିଯିବ  । ଫଳରେ ବ୍ୟାଙ୍କ ଓ ଏଟିଏମ୍ ଗୁଡିକରେ ଥିବା ଟଙ୍କାର ଅଭାବ ଦୂର ହେବ ବୋଲି ଆଶା କରାଯାଉଛି । ବିମୁଦ୍ରାକରଣ ନେଇ ବ୍ୟାଙ୍କ ଓ ଏଟିଏମ୍ରୁ ଟଙ୍କା ଉଠାଣ ନେଇ ହେଉଥିବା ସମସ୍ୟାର ସମାଧାନ ହେବ  । କନକ ନ୍ୟୁଜକୁ ଏଭଳି ସୂଚନା ଦେଇଛନ୍ତି ଆରବିଆଇର ଜଣେ ବରିଷ୍ଠ ଅଧିକାରୀ  ।