ମୁଁ ଦେଶ ପାଇଁ ଚୌକିଦାର ! ବିମୁଦ୍ରାକରଣ ନେଇ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜବାବ୍

32

କନକ ବ୍ୟୁରୋ : ପୁଣି ବିରୋଧୀଙ୍କୁ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେରାଡୁନରେ ବିଜେପିର ପରିବର୍ତନ ରାଲିରେ ଉଦବୋଧନ ଦେଇ ସେ କହିଛନ୍ତି ବିମୁଦ୍ରାକରଣ କେବଳ କଳାଧନ ବିରୋଧରେ ଲଢେଇ ନୁହେଁ, କଳାମନ ବିରୋଧରେ ମଧ୍ୟ ଲଢେଇ । ସେ ଦେଶ ପାଇଁ ଚୌକିଦାର ଭାବେ କାମ କରୁଛନ୍ତି ।

ସେପଟେ ସରକାରଙ୍କ ବିମୁଦ୍ରାକରଣ ନୀତି ବିରୋଧରେ ଏକାଠି ହୋଇଛନ୍ତି ବିରୋଧୀ । ବିମୁଦ୍ରାକରଣ ଯୋଗୁଁ ଦେଶର ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏହାର ଜବାବ ଦେବେକି ମୋଦି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତିକୁ ସମାଲୋଚନା କରି ଏହା କଣ ‘ଅଚ୍ଛେ ଦିନ’ ବୋଲି ପ୍ରଶ୍ନ କରିଛନ୍ତି ।