ମଦୁଆଙ୍କ ପାଖେ ନଗଦ ନାହିଁ ! ବିମୁଦ୍ରାକରଣ ପରେ କମିଲା ମଦ ବିକ୍ରି

59

କନକ ବ୍ୟୁରୋ : ବିମୁଦ୍ରାକରଣର ପ୍ରଭାବ ମଦ ବିକ୍ରି ଉପରେ ବି ପଡ଼ିଛି । ଗତବର୍ଷ ତୁଳନାରେ ଚଳିତ ମାସରେ ବିକ୍ରିରୁ ଆୟ ପ୍ରାୟ ୨୦ କୋଟି ଟଙ୍କା କମିଯାଇଛି । ଏକଥା ଆଜି କହିଛନ୍ତି ଅବକାରୀ ବିଭାଗ ସଚିବ ବିଷ୍ଣୁପଦ ସେଠୀ । ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୋଟବନ୍ଦୀ ନେଇ ଘୋଷଣା କରିବା ପରେ ପ୍ରଥମେ ପ୍ରଥମେ ବିକ୍ରି ପ୍ରାୟ ଅଧା କମିଯାଇଥିଲା । ମାତ୍ର ଏବେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଛି ।

ତେବେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଅବକାରୀ ରାଜସ୍ୱ ସଂଗ୍ରହ ୧୧ ପ୍ରତିଶତ ବଢ଼ିଛି ବୋଲି ସେ କହିଛନ୍ତି । ରାଜ୍ୟରେ ୩,୮୪୩ଟି ମଦ ଦୋକାନ ଥିବା ବେଳେ ଗତ ବର୍ଷ ଅବକାରୀ ବିଭାଗ ୨,୫୬୮ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିଲା । ଚଳିତ ବର୍ଷ ୩,୩୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।