ମୋଦିଙ୍କ ଉପରେ ପୁଣି ବର୍ଷିଲେ ଲାଲୁ ! କହିଲେ ଫେଲ୍ ମାରିଛି ନୋଟ୍ ବନ୍ଦୀ

29

ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ନୋଟ୍ ବନ୍ଦୀକୁ ୫୦ ଦିନ ପୁରିବା ପରେ ଲାଲୁ କହିଛନ୍ତି ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । ଖାଲି ସେତିକି ନୁହେଁ,ଏହି ଅବସରରେ ସେ ମୋଦିଙ୍କୁ କିଛି ପ୍ରଶ୍ନ କରିଛନ୍ତି । ୫୦ ଦିନ ମଧ୍ୟରେ କେତେ କୋଟି ଟଙ୍କାର କଳାଧନ ଜବତ ହୋଇଛି ମୋଦି ତାର ଜବାବ ରଖନ୍ତୁ ।

ସେହିପରି ବିଦେଶରୁ କେତେ ପରିମାଣର କଳାଟଙ୍କା ଦେଶକୁ ଫେରିଛି । ବିମୁଦ୍ରାକରଣ କାରଣରୁ ଅର୍ଥ ବ୍ୟବସ୍ଥା କେତେ ପରିମାଣର କ୍ଷତି ସହିଛି ଏସବୁର ଜବାବ ମୋଦି ରଖନ୍ତୁ ବୋଲି ଲାଲୁ ଯାଦବ ଦାବି କରିଛନ୍ତି ।