ବିଫଳ ହେଲା କି ବିମୁଦ୍ରାକରଣ ! ପ୍ରଥମ ତିନିମାସରେ ଖସିଲା ଅଭିବୃଦ୍ଧି ହାର, ମାତ୍ର ୫.୭ ପ୍ରତିଶତ ହାରରେ ବଢ଼ିଲା ଅର୍ଥନୀତି

52

କନକ ବ୍ୟୁରୋ : ବାଟବଣା ହେଲା ବିମୁଦ୍ରାକରଣ ଲକ୍ଷ୍ୟ । ବିମୁଦ୍ରାକରଣ ପରେ ଦେଶ ଅଭିବୃଦ୍ଧିକୁ ଲାଗିଛି ବଡଧରଣର ଝଟକା । ଫାଷ୍ଟ କ୍ୱାର୍ଟର ଅର୍ଥାତ୍ ଆର୍ଥିକ ବର୍ଷର ପ୍ରଥମ ତ୍ରୋୟମାସିକରେ ଦେଶର ଅଭିବୃଦ୍ଧି ହାର ୫ ଦଶମିକ ୭ ପ୍ରତିଶତକୁ ଖସି ଆସିଛି । ଏପ୍ରିଲ ମାସରୁ ଜୁନ୍ ତ୍ରୋୟମାସିକ ରିପୋର୍ଟ ଅନୁସାରେ ଏହା ବେଶ ତଳକୁ ଖସିଛି । ଏହା ପୂର୍ବ କ୍ୱାଟର ଅର୍ଥାତ୍ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଦେଶର ଜିଡିପି ୬ ଦଶମିକ୍ ୧ ପ୍ରତିଶତ ଥିଲା । ଦେଶବିଦେଶର ଅର୍ଥନୀତି ବିଶେଷଜ୍ଞ ଆକଳନ କରୁଥିଲେ, ଏହା ୬ ଦଶମିକ ୬ ପ୍ରତିଶତରେ ସୀମିତ ରହିବ । କିନ୍ତୁ ସବୁ ଆକଳନ ଭୁଲ ପ୍ରମାଣିତ ହୋଇଛି । ଗତବର୍ଷ ପ୍ରଥମ ତ୍ରୋୟମାସିକରେ ଦେଶର ଅଭିବୃଦ୍ଧି ୭ ଦଶମିକ ୯ ପ୍ରତିଶତ ଥିବା ବେଳେ ବିମୁଦ୍ରାକରଣ ପରେ ଏହା ବ୍ୟାପକ ଭାବରେ ହ୍ରାସ ଘଟିଛି । ଏପଟେ ବିମୁଦ୍ରାରଣକୁ ନେଇ ମୋଦି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ ।