ବଣ୍ଡାଘାଟି ଉପରେ ପଡିଲା ନୋଟ୍ ଅଚଳର ବଡ ପ୍ରଭାବ ! ଡିପୋଜିଟ୍ ପାଇଁ ନାହିଁ ବ୍ୟାଙ୍କ୍ ଆକାଉଂଟ୍

51

କନକ ବ୍ୟୁରୋ : କଳାଧନ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକରାଙ୍କ ଐତିହାସିକ ପଦକ୍ଷେପ । ହେଲେ ଏମିତି ଏକ ଐତିହାସିକ ପଦକ୍ଷେପ ଏବେ କିଛି ଲୋକଙ୍କୁ ପୁଣି ଇତିହାସ ପାଖରେ ପହଁଚାଇ ଦେଇଛି । ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ପୁରୁଣା ଟଙ୍କା ବଦଳାଇ ନପାରିବାରୁ ଏବେ ଦୁର୍ଗମ ଅଂଚଳରେ ଆରମ୍ଭ ହୋଇଯାଇଛି ଜିନିଷ ନେଣଦେଣ ବା ବାର୍ଟର ସିଷ୍ଟମ ।

vlcsnap-2016-11-21-19h56m12s329ଲଣ୍ଡା ପାହାଡର ବଣ୍ଡାଘାଟି ମଣିଷ । ଆଧୁନିକତା ଠାରୁ ଦୂରରେ ଥିଲେ ମଧ୍ୟ ପରିବର୍ତ୍ତନର ଧାରାରେ ସାମିଲ୍ ହୋଇ ଚିହ୍ନି ପାରିଛନ୍ତି ଟଙ୍କାକୁ । କେବେ କେମିତି ହାତରେ ନୋଟ୍ ଧରି ୧୪ କିଲୋମିଟର ପାହାଡ ତଳକୁ ଓହ୍ଲାନ୍ତି, ହାଟବାଟ କରିବାକୁ । ଏବେ ପାହାଡରେ ଖେଳି ଯାଇଛି ନୋଟ୍ ଅଚଳର ଖବର । ଆଉ ହାଟକୁ ଆସି ହନ୍ତସନ୍ତ ହେଉଛନ୍ତି ବଣ୍ଡା ଜନଜାତି । ମୋଦିଙ୍କ ନୋଟ୍ ବ୍ୟାନ୍ ନିଷ୍ପତିର ସବୁଠାରୁ ବଡ ପ୍ରଭାବ ପଡିଛି ଆଦିବାସୀଙ୍କ ଉପରେ । ତେଣୁ ପୁଣି ଥରେ ବାର୍ଟର ସିଷ୍ଟମ୍ ପାରମ୍ପରିକ ଦ୍ରବ୍ୟ ବିନିମୟ ପ୍ରଥାକୁ ଆପଣେଇଛନ୍ତି ଏମାନେ । ତେବେ ସେମିତି କିଛି ସମ୍ବେଦନଶୀଳ ଦୃଶ୍ୟକୁ କଏଦ ହୋଇଥିଲା କନକ ନ୍ୟୁଜ କ୍ୟାମେରାରେ ।

ଟଙ୍କା ସିନା ହାତକୁ ଆସିଛି, ହେଲେ ଏମାନଙ୍କ ମଧ୍ୟରୁ ଅନେକ କେବେ ବ୍ୟାଙ୍କ୍ ପିଣ୍ଡା ମାଡି ନାହାଁନ୍ତି । ହୁଏତ ଆବଶ୍ୟକତା ନଥିବାରୁ , ଖୋଲି ନାହାଁନ୍ତି ବ୍ୟାଙ୍କ୍ ପାସ ବୁକ୍ । ହେଲେ ଏବେ ଅଚଳ ଟଙ୍କାକୁ ବଦଳ କରିବାକୁ ବ୍ୟାଙ୍କରେ ଲଗାଇଛନ୍ତି ଲାଇନ୍ । ବଣ୍ଡା ଘାଟିର ଦୁଇଟି ପଂଚାୟତରେ ପ୍ରାୟ ୬ ହଜାର ଲୋକ । ଆଉ ୯୦ ପ୍ରତିଶତ ଲୋକ ଏବେ ପୁରୁଣା ଟଙ୍କା ଧରି ହନ୍ତସନ୍ତ ହେଉଛନ୍ତି ।