କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ସରକାର

27

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣକୁ ଜୋରଦାର ବିରୋଧ କରୁଛନ୍ତି ପଶ୍ଚିମବଙ୍ଗ ସରକାର । ମୋଦି ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ ଜନ୍ତରମନ୍ତରରେ ଧାରଣା ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।

ବାମପନ୍ଥୀ ଦଳ ଗୁଡିକ ପାଳନ କରୁଥିବା ବନ୍ଦ ଡାକରାରେ ସାମିଲ ହୋଇଛି ମମତାଙ୍କ ତୃଣମୂଳ କଂଗ୍ରେସ । ହେଲେ ପଶ୍ଚିମବଙ୍ଗରେ ଜନ ଆକ୍ରୋଶ ଦିବସର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ଗମନାଗମନ ସ୍ୱଭାବକ ରହିଛି । ଦୋକାନ ବଜାର ଖୋଲା ରହିଥିବା ବେଳେ ଗାଡିମଟର ଚଳାଚଳ କରୁଛି ।

ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଭିତରେ ରହିଛି । ସିଲିଗୁଡ୍ଡିରେ ସ୍ଥିତି ସ୍ୱଭାବିକ ଥିବା ବେଳେ ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ସୁରକ୍ଷା ଅଧିକାରୀ କହିଛନ୍ତି ।