ବ୍ୟଥା ବଖାଣୁଛି ଫଟୋ! ବିମୁଦ୍ରାକରଣର ବାସ୍ତବତା

71

ନୋଟ୍ ବନ୍ଦ ନିଷ୍ପତି ପରେ ସାଧାରଣ ଲୋକ କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାର ବିଭିନ୍ନ ଚିତ୍ର ପ୍ରତିଦିନ ଗଣମାଧ୍ୟମ ଜରିଆରେ ଲୋକଙ୍କ ସାମ୍ନାକୁ ଆସୁଛି । ହେଲେ ଆଜି ଏମତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ପ୍ରଧାନମନ୍ତ୍ରୀ ସିନା ୫୦ ଦିନ ସମୟ ମାଗି ଲୋକଙ୍କୁ ବୁଝାଇଦେଲେ । ହେଲେ ଲୋକ କେମିତି ହଇରାଣ ହେଉଛନ୍ତି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ।

old man crying in a bank touches a raw nerve

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଫୋଟୋକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । ଚିତ୍ରଟି ହେଉଛି ଦିଲ୍ଲୀ ଗୁଡ଼ଗାଓଁର ଏକ ବ୍ୟାଙ୍କ ସାମ୍ନାର । ଟଙ୍କା ଉଠାଇବା ପାଇଁ ଏହି ବୃଦ୍ଧ ଜଣକ ବ୍ୟାଙ୍କକୁ ଯାଇଥିଲେ । ଏଥିପାଇଁ ସେ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଠିଆ ବି ହୋଇଥିଲେ । ହେଲେ ଠେଲାପେଲା ଭିତରେ ଲାଇନରୁ ବାହାକୁ ଚାଲିଯାଇଥିଲେ ଏହି ବୃଦ୍ଧ ଜଣକ । ଆଉ ଲୋକ ଗହଳି ଭିତରେ ନିଜେ ଠିଆ ହୋଇଥିବା ସ୍ଥାନ ଜାଣି ପାରିଲେନି । ବାସ୍ ଆଉ କିଛି ଉପାୟ ନପାଇ ସେଠାରେ ହିଁ ଛୋଟ ପିଲାଟିଏ ଭଳି ଭେଁ ଭେଁ ହୋଇ କାନ୍ଦିବା ଆରମ୍ଭ କରିଦେଇଥିଲେ ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏମିତିକି ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶ ପାଇଥିବା ଏହି ଖବରକୁ ୭୦ ହଜାରରୁ ଅଧି ଲୋକ ସେୟାର କଲେଣି ।

ସାଧାରଣ ମଣିଷର ବ୍ୟଥା ବଖାଣୁଛି ଏହି ଫଟୋ । ୫୦ ଦିନର ସମୟ ମାଗି ସିନା ଲୋକଙ୍କୁ ବୁଝାଇ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ହେଲେ ଏହି ନିର୍ଦ୍ଧାରିତ ସମୟ ଯେ ସାଧାରଣ ଲୋକଙ୍କ ପାଇଁ କେତେ ମହଙ୍ଗା ପଡ଼ୁଛି ତାର ଉଦାହରଣ ହେଉଛି ଏହି ଫଟୋ ।