ଫେରିଲା ବିମୁଦ୍ରାକରଣ ପ୍ରସଙ୍ଗ ! ସଂସଦରେ ହଙ୍ଗାମା

19

କନକ ବ୍ୟୁରୋ : ସଂସଦକୁ ପୁଣି ଫେରିଛି ବିମୁଦ୍ରାକରଣ ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗରେ ହୋହଲ୍ଲା କରିଛନ୍ତି ବିରୋଧୀ । ବିମୁଦ୍ରାକରଣକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ଆଲୋଚନା କରୁନାହାନ୍ତି ବୋଲି ମାୟାବତୀ ପ୍ରଶ୍ନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ବିଜେପି କହିଛି । ସେପଟେ ବ୍ୟାଙ୍କ ଓ ଏଟିଏମରେ ଯଦି ଟଙ୍କା ଉପଲବ୍ଧ ରହିଛି ତେବେ ଟଙ୍କା ଉଠାଣ ପାଇଁ କାହିଁକି ବ୍ୟାଙ୍କ ଓ ଏଟିଏମରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି ବୋଲି ଗୁଲାମ ନବୀ ଆଜାଦ ପ୍ରଶ୍ନ କରିଛନ୍ତି ।

ଏହାସହ ବିମୁଦ୍ରାକରଣ ଯୋଗୁଁ ୮୪ ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି । ବିମୁଦ୍ରାକରଣକୁ ନେଇ ହଙ୍ଗାମା ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏଡାଇବା ସହ ମିଡିଆ କଭରେଜ ପାଇଁ ବିରୋଧୀ ବିମୁଦ୍ରାକରଣ ପ୍ରସଙ୍ଗ ଉଠାଉଛନ୍ତି ବୋଲି ଜେଟଲି ପାଲଟା ଆକ୍ରମଣ କରିଛନ୍ତି  ।