ଆସନ୍ତାକାଲି ବିମୁଦ୍ରାକରଣ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଡାକରା

23

କନକ ବ୍ୟୁରୋ : ଆସନ୍ତାକାଲି ବିମୁଦ୍ରାକରଣ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଡାକରା । ତେବେ ପୂରା ବିରୋଧୀ ଦଳ ଏଥିରେ ସାମିଲ ଥିବାରୁ ଅଫିସ, ବ୍ୟାଙ୍କ, ସ୍କୁଲ, କଲେଜ ବନ୍ଦ କରିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସାଢେ ୯ଟା ସୁଦ୍ଧା ପହଂଚିବାକୁ ସଚିବାଳୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିମୁଦ୍ରାକରଣ ବିରୋଧରେ ପ୍ରତିବାଦ ସ୍ୱରୂପ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ଡାକରା ଦିଆଯାଇଛି । ଆସନ୍ତାକାଲି ସମସ୍ତ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ।

ଅନ୍ୟପକ୍ଷରେ ଏହି ଦିବସକୁ ଜନ ଆକ୍ରୋଶ ଦିବସ ଭାବେ ପାଳନ କରିବ ଜାତୀୟ କଂଗ୍ରେସ । ତେବେ ଭାରତ ବନ୍ଦ ପାଳନ ଆଶଂକା କରି ଗୃହବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏଣୁ ସଚିବାଳୟ ଓ ନ’ ତାଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ସକାଳ ସାଢେ ୯ଟା ସୁଦ୍ଧା ନିଜ ନିଜ କାର୍ଯ୍ୟାଳୟରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆନ୍ଦୋଳନରେ ବିଜେଡି ସାମିଲ ହେବ ନାହିଁ ଘୋଷଣା କରିଛି ।