ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ବିୟୋଗ, ୯୪ ବର୍ଷ ବୟସରେ ଦେହାନ୍ତ । ହସ୍ପିଟାଲ ସମ୍ମୁଖରେ ଶୋକାକୁଳ ପରିବେଶ

28

ଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ବିୟୋଗ ହୋଇଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କଲେ ଡିଏମକେ ସୁପ୍ରିମୋ କରୁଣାନିଧି । ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୟରେ କରୁଣାନିଧିଙ୍କ ଦେହାନ୍ତ ହୋଇଛି । କିଛି ସମୟ ପୂର୍ବେ ଚେନ୍ନାଇର କାବେରୀ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇପଡିଥିବା ଜଣାଇଥିଲେ ହସ୍ପିଟାଲ କର୍ତ୍ତୁପକ୍ଷ ।

ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କରୁଣାନିଧିଙ୍କୁ ଗତ ଜୁଲାଇ ୨୧ ତାରିଖଠାରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ କିଛିିଦିନ ହେବ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ବେଳେ ଆଜି ଅପରାହ୍ନରେ ହଠାତ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଶୋଚନୀୟ ହୋଇପଡ଼ିବାବେଳେ । ଶେଷରେ ଇହଧାନମ ତ୍ୟାଗ କଲେ ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ହାସନ କରିଥିବା ବାଦସାହା । ଏବେ ହସ୍ପିଟାଲ ପରିସରରେ କରୁଣାନିଧିଙ୍କ ଶେଷ ଦର୍ଶନ ପାଇଁ ସମର୍ଥକଙ୍କ ଭିଡ ବଢ଼ିବାରେ ଲାଗିଛି ।

୧୪ ବର୍ଷ ବୟସରୁ ରାଜନୀତି ଦୁନିଆରେ ପାଦଥାପିଥିବା କରୁଣାନିଧିଙ୍କ ଅବଦାନ ଯଥେଷ୍ଟ ରହିଥିଲା । ଯେଉଁଥିପାଇଁ ତାଙ୍କୁ ୫ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ କରିଥିଲେ ସମର୍ଥକ । ସୂଚନାଯୋଗ୍ୟ, ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିବା ୯୪ ବର୍ଷ ବୟସ୍କ ଏମ୍ କରୁଣାନିଧିଙ୍କୁ କାବେରୀ ହସ୍ପିଟାଲର ଡାକ୍ତରମାନେ ଅନେକ ପ୍ରୟାସ କରିଥିଲେ ମଧ୍ୟ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଅକ୍ଷମ ହୋଇପଡିଥିଲା । ଶେଷରେ ଆରପାରିକୁ ଚାଲିଗଲେ ଡିମଏକେ ସୁପ୍ରିମେ ।