ଆମ ପାଇଁ କର ରେଡ଼ଲାଇଟ ଜୋନ ! ଦାବି କଲା କିନ୍ନର ମହାସଂଘ, ଅନ୍ୟପଟେ ନାଗାବାବାଙ୍କୁ ନିସ୍ତୁକ ମାଡ ମାରି ଗିରଫ ହେଲେ ୭ କିନ୍ନର

36

କନକ ବ୍ୟୁରୋ : ଖଣ୍ଡିଗିରିରେ ନାଗାସାଧୁଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ମହଙ୍ଗା ପଡିଛି କିନ୍ନରଙ୍କୁ । ଆଜି ୭ ଜଣ କିନ୍ନରଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏଥିସହ ଗତକାଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିସିପି । ଏହାରି ଭିତରେ ରାଜଧାନୀରେ କିନ୍ନରଙ୍କ ପାଇଁ ଗୋଟିଏ ରେଡ୍ ଲାଇଟ୍ ଏରିଆ କରିବାକୁ ଦାବି ଉଠିଛି ।

naga babaଦିନ ଦ୍ୱିପ୍ରହରରେ ମୌନବ୍ରତରେ ଥିବା ଜଣେ ନାଗା ସାଧୁଙ୍କୁ ଘୋଷାରି ଘୋଷାରି ମାଡ ମାରୁଛନ୍ତି କିନ୍ନର । ପୋଲିସ ସାମ୍ନାରେ ବାବାଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରମଣ । ଆଉ ପୋଲିସ, ସବୁ ଦେଖି ନଦେଖିଲା ଭଳି ରହୁଛି । ଗୁରୁବାର ହୋଇଥିବା ଏଭଳି ଲଜ୍ୟାଜନକ ଘଟଣାର ଆରମ୍ଭ ହୋଇଛି ତଦନ୍ତ । ଘଟଣାସ୍ଥଳରେ କିଏ କିଏ ଥିଲେ, କାହିଁକି ଗଣ୍ଡଗୋଳକୁ ରୋକିଲେନି ସେନେଇ ଏସିପି ଜୋନ୍-୩ ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ।

ଖଣ୍ଡଗିରି ଅଂଚଳରେ ଥିବା ହିଂଜଡା ହାଟ ଉପରେ ଲାଗିଛି କଟକଣା । ଏହି ଅଂଚଳରେ ପୋଲିସ ଯାହାକୁ ଦେଖୁଛି ଉଠାଇନେଉଛି । ଖଣ୍ଡଗିରି ତପୋବନ ଅଂଚଳରେ କିଛି ଦିନ ହେଲା ନାଗା ବାବା ରହୁଥିବା ସ୍ଥାନରେ କିଛି କିନ୍ନର ଏକାଠି ହେଉଥିଲେ । ଯାହାକୁ ବିରୋଧ କରିଥିଲେ ବାବା । କିନ୍ତୁ ଗୁରବାର ବାବାଙ୍କୁ ବିରୋଧର ଫଳ ଭୋଗିବାକୁ ପଡ଼ିଥିଲା । ଗୋଡ଼ାଇ ଗୋଡ଼ାଇ ବାବାଙ୍କୁ ମାଡ଼ ମାରିଥିଲେ କିନ୍ନର ।

ଆଉ ଏଭଳି ଘଟଣା ଭିତରେ ଦାବି ଉଠିଛି କିନ୍ନରଙ୍କୁ ଶୃଙ୍ଖଳିତ ରଖିବାକୁ ହେଲେ ସେମାନଙ୍କ ପାଇଁ ଭୁବନେଶ୍ୱରରେ ଏକ ରେଡ୍ ଲାଇଟ୍ ଏରିଆ କରାଯାଉ । ଯାହାଫଳରେ କିନ୍ନର ମାନେ ଏଣେତେଣେ ବୁଲିବେ ନାହିଁ । ତେବେ ଗୁରୁବାରର ଆକ୍ରମଣ ଘଟଣାରେ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି । ସେପଟେ ବାବା ଏବେ ବି ମୌନବ୍ରତରେ ଅଛନ୍ତି ।