ପୁଣି ତେଜିଲା ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି । ପ୍ରତିବାଦରେ ଆଜି କଳାହାଣ୍ଡିରେ ୧୨ ଘଂଟିଆ ବନ୍ଦ ପାଳନ

78

କନକ ବ୍ୟୁରୋ: ପୁଣି ତେଜିଲା ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି । ହାଇକୋର୍ଟର ବେଂଚ ସ୍ଥାପନ ଦାବିରେ ଆଜି କଳାହାଣ୍ଡିରେ ବନ୍ଦ ପାଳନ କରାଯାଉଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଳାହାଣ୍ଡିରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ଗାଡି ମୋଟର ଅଟକାଇବା ସହ ଦୋକାନ ବଜାର ବନ୍ଦ କରୁଛନ୍ତି । ବନ୍ଦ ପାଳନ ଯୋଗୁଁ କଳାହାଣ୍ଡିରେ ଦୋକାନ ବଜାର ବନ୍ଦ ରହିଛି ।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶା ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନ ହେବ ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନ ଚଳାଇଥିବା ବେଳେ ବଲାଙ୍ଗୀର ଓକିଲ ସଂଘ ମଧ୍ୟ ସମାନ ଦାବି କରି ଆସୁଛି। ତେବେ ନିକଟରେ ବ୍ରହ୍ମପୁର ଠାରେ ମଧ୍ୟ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇ ଦାବି ହେଉଥିବା ବେଳେ ଦେଶର ଅନ୍ୟତମ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଜିଲ୍ଲା ଓକିଲ ସଂଘ ଦାବି କରିବା ସହିତ ଏଥିପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା।

ଏହି ଡାକରା ପରିପ୍ରେକ୍ଷୀରେ ଆଜି କଳାହାଣ୍ଡିରେ ବସ, ଟ୍ରକ ସହିତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି। ସହିପରି ସ୍କୁଲ, କଲେଜ ସହିତ ବ୍ୟାଙ୍କ, ପୋଷ୍ଟ ଅଫି ଆଗରେ ଆନ୍ଦୋଳନକାରୀମାନେ ପିକେଟିଂ କରି ଏହାକୁ ବନ୍ଦ କରିଛନ୍ତି। ଏହି ବନ୍ଦ ଡକରାକୁ ବିଭିନ୍ନ ରାଜନୈତିକ ଦଳ ସହିତ ସାମାଜିକ, ସାଂସ୍କୃତିକ ସଙ୍ଗଠନଗୁଡ଼ିକ ସମର୍ଥନ ଦେଉଥିବାରୁ ସହରରେ ସମସ୍ତ ଦୋକାନବଜାର ବନ୍ଦ ରହିଛି।