ନବରଙ୍ଗପୁରରେ ଗର୍ଭବତୀ ମହିଳାଙ୍କୁ ହାତରେ ବୁହାହେବା ଘଟଣାର ତଦନ୍ତ ନିର୍ଦ୍ଦେଶ : ରିପୋର୍ଟ ପରେ ହେବ କାର୍ଯ୍ୟାନୁଷ୍ଠାନ

41

କନକ ବ୍ୟୁରୋ : ନବରଙ୍ଗପୁରରେ ଗର୍ଭବତୀ ମହିଳାଙ୍କୁ ହାତରେ ବୁହାହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୋମବାରଦିନ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ ପରେ ବି ପହଂଚିଲାନଥିଲା ଆମ୍ବୁଲାନ୍ସ । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ୩କିଲୋମିଟର ବାଟ ବୋହି ନେଇଥିଲେ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାମପାରା ଗାଁରେ ଏହି ଘଟଣା ଘଟିଥିଲା । ଅଭିଯୋଗ ଅନୁସାରେ ଗାଁର ଡମଣୀ ଗଣ୍ଡଙ୍କ ପ୍ରସବ ବେଦନା ହୋଇଥିଲା । ଏହାପରେ ପରିବାର ଲୋକେ ବାରମ୍ବାର ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ଗାଁରେ ପହଂଚିନଥିଲା । ଫଳରେ ପରିବାରଲୋକେ ବାଧ୍ୟ ହୋଇ ଡମଣୀଙ୍କୁ ୩କିଲୋମିଟର ବାଟ ବୋହି ନେଇଯାଇଥିଲେ  ।