ଡେଲିଭରି ବୟଙ୍କ ଦରମାରେ ବୃଦ୍ଧି : ଏଣକି ମାସକୁ ପାଇବେ ୪୦-୫୦ ହଜାର ଟଙ୍କା

79

ଦେଶରେ ଇ-କମର୍ସ କମ୍ପାନିଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ବିଶେଷକରି ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା କମ୍ପାନୀ ସ୍ୱିଗି, ଜୋମାଟୋ ଓ ଉବରଇଟ୍ସ ଭଳି କମ୍ପାନିରେ କାର୍ଯ୍ୟ କରୁଥିବା କର୍ମଚାରୀ ବା ଡେଲିଭରି ବୟଙ୍କ ଆୟ ଦୁଇଗୁଣ ହୋଇ ମାସକୁ ୪୦-୫୦ ହଜାର ଟଙ୍କା ହୋଇଗଲାଣି । ଏହା ପୂର୍ବରୁ ୧୮ରୁ ୨୦ ହଜାର ଟଙ୍କା ପ୍ରତି ମାସ ଦରମା ପାଉଥିଲେ ।

ପ୍ରକୃତରେ ଏହି ଖାଦ୍ୟ କମ୍ପାନୀ ଗୁଡିକ ନିଜ ନିଜ ପ୍ଲାଟଫର୍ମରେ ଡେଲିଭରି ବୟଙ୍କ ପେମେଣ୍ଟକୁ ପାଖାପାଖି ୬୦ ପ୍ରତିଶତ ବା ତା’ଠାରୁ ଅଧିକ ବୃଦ୍ଧି କରିଛନ୍ତି । ଜମାଟୋ ଓ ସ୍ୱିଗି ନିଜ ଡେଲିଭରି କର୍ମଚାରୀଙ୍କ ପେମେଣ୍ଟରେ ଗତ ୩-୪ ମାସରେ ୬୦-୧୨୦ ପ୍ରତିଶତ ବୃଦ୍ଧି କରିଛି । ଏହା ବ୍ୟତୀତ ପିକ୍ ସମୟ ଓ ବର୍ଷା ଦିନରେ ଡେଲିଭରି ପାଇଁ ପ୍ରୋତ୍ସାହନ ରାଶି ଦିଆଯାଉଛି ।

ଫୁଡ ଡେଲିଭରି ଏଜେଣ୍ଟ ଙ୍କ ଆୟ ବଢ଼ିବାର ପ୍ରଭାବ ଫ୍ଲିପକାର୍ଟ, ବିଗବାସ୍କେଟ, ଡେଲିଭରି ଓ ଫେଡେକ୍ସ ଭଳି କମ୍ପାନୀର ଡେଲିଭରି କର୍ମୀଙ୍କ ଆମଦାନୀ ଉପରେ ବି ଭାରୀ ପଡିବ । ସେମାନେ ପ୍ରୋତ୍ସାହନ ରାଶି ସହିତ ୧୬ରୁ ୧୮ ହଜାର ଟଙ୍କା ମାସକୁ ପାଉଛନ୍ତି ।