ଦିଲ୍ଲୀରେ ୧୧ ମୃତଦେହ ମିଳିବା ଘଟଣା: ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ, ସମୂହ ମୋକ୍ଷ ପ୍ରାପ୍ତି ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ

25

କନକ ବ୍ୟୁରୋ: ଦିଲ୍ଲୀରେ ଗୋଟିଏ ଘରୁ ସନ୍ଦେହଜନକ ଭାବରେ ୧୧ଟି ମୃତଦେହ ମିଳିବା ଘଟଣାରେ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ଘର ଭିତରେ କୌଣସି ଧାର୍ମିକ କିମ୍ବା ରହସ୍ୟମୟ କାର୍ଯ୍ୟକଳାପରେ ଲିପ୍ତ ଥିଲେ ପରିବାର ଲୋକ । ଏହି ଘଟଣାରେ ଖିଅ ଖୋଜୁଛି ପୋଲିସ । ଏହି ଘରୁ ମିଳିଛି ଏକ ଡାଏରୀ । ଡାଏରୀରେ ଲେଖାଯାଇଥିବା ତଥ୍ୟକୁ ଅନୁଧ୍ୟାନ କରୁଛି ପୋଲିସ । ପୋଲିସର ସୂଚନା ଅନୁସାରେ ଡାଏରୀରେ ଯେପରି ଲେଖାହୋଇଛି ସେହି ଉପାୟ ମୃତ୍ୟୁ ସମୟରେ ସମସ୍ତେ ଅବଲମ୍ବନ କରିଛନ୍ତି ।

ଡାଏରୀରେ ଲେଖାହୋଇଛି ଯେ ଆଖିରେ ପଟି ଠିକ ଭାବେ ବନ୍ଧା ହେବା ଦରକାର । ଦୌଡି ସହିତ ଏକ ଶାଢି କିମ୍ବା ଓଢଣି ସାଙ୍ଗରେ ଥିବା ଦରକାର । ସମୁହ ମୋକ୍ଷ ପ୍ରାପ୍ତି ପାଇଁ ଥିବା ବିଭିନ୍ନ ସୋପାନ ଗୁଡିକ ଏହି ଡାଏରୀରେ ଲେଖାହୋଇଛି । ଏହି ତଥ୍ୟକୁ ଆଧାର କରି ପୋଲିସ କିଛି ସୁରାକ ଖୋଜିବାରେ ଲାଗିଛି । ଏହି ୧୧ଜଣ ଯାହା ସବୁ କ୍ରିୟା କରିଛନ୍ତି ତାହା କେଉଁ ଦିନ ହେବ ଏବଂ କେତେ ସମୟରେ ହେବ ସେ ସମ୍ପର୍କିତ ତଥ୍ୟ ମଧ୍ୟ ଡାଏରୀରେ ଲିପିବଦ୍ଧ ରହିଛି ।

ଡାଏରୀରେ ଲେଖାହୋଇଥିବା ତଥ୍ୟ ଅନୁସାରେ, ୭ଦିନ ଧରି ପୂଜା କରାଯିବ । ଗୁରୁବାର କିମ୍ବା ରବିବାର ଦିନ ଏହି କ୍ରିୟା କରାଯିବ । ଯଦି ଘରକୁ କେହି ବ୍ୟକ୍ତି ଆସନ୍ତି ତେବେ ତାପର ଦିନ ଏହି କ୍ରିୟା କରାଯିବ । ବିଶେଷ କରି ମଧ୍ୟରାତ୍ରରୁ ୧ଟା ମଧ୍ୟରେ ଏହି କ୍ରିୟାର ସମୟ ନିର୍ଘଂଟ କରାଯାଇଛିା ଏହି ତଥ୍ୟ ପାଇବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ମିଳିଥିବା ସୂଚନା ଅନୁସାରେ ପରିବାରର ସଦସ୍ୟମାନେ ଗତ କିଛିମାସ ଧରି ଏହି ଡାଏରୀ ହିନ୍ଦିରେ ଲେଖିଆସୁଥିଲେ ।

କଣ ଲେଖାଯାଇଛି ଡାଏରୀରେ…

• ଆଖିରେ ପଟି ଠିକ୍ ଭାବେ ବନ୍ଧା ହେବା ଦରକାର । ଦଉଡି ସହିତ ଏକ ଶାଢୀ କିମ୍ବା ଓଢଣୀ ସାଙ୍ଗରେ ଥିବା ଦରକାର । ଶୂନ୍ୟ ବ୍ୟତୀତ ଆଉ କିଛି ଦେଖାନଯିବା ଦରକାର ।

• ୭ଦିନ ପରେ ଶ୍ରଦ୍ଧାର ସହ ପୂଜା ଲଗାତର କରାଯିବ । ଯଦି ଘରକୁ କେହି ବ୍ୟକ୍ତି ଆସନ୍ତି ତେବେ ତାପର ଦିନ ଏହି କ୍ରିୟା କରାଯିବ । ଗୁରୁବାର କି ରବିବାର ଦିନ ଏହି କ୍ରିୟା କରାଯିବ । ମଧ୍ୟରାତ୍ରରୁ ୧ଟା ମଧ୍ୟରେ ଏହି କ୍ରିୟାର ସମୟ ନିର୍ଘଂଟ କରାଯାଇଛି ।

• ବେବେ ଛିଡା ଯଦି ହୋଇପାରୁନାହନ୍ତି ଅନ୍ୟ ରୁମରେ ଶୋଇପାରିବେ । ସମସ୍ତଙ୍କ ଚିନ୍ତାଧାରା ଏକ ହେବା ଦରକାର । ପୂର୍ବ ଅପେକ୍ଷା ଅଧିକ ଧୀରସ୍ଥିର ହେବ । ଏହା କରିବା ପରେ ଆଗାମୀ କାମ ଧୀରିତାର ସହ ଆରମ୍ଭ ହେବ ।