ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା କେବଳ ନିଜର ବକ୍ତବ୍ୟ ବରଂ ନିଆରା ଅନ୍ଦାଜ ପାଇଁ ମଧ୍ୟ ପ୍ରସିଦ୍ଧ । ଅନେକ ସମୟରେ ମୋଦିଙ୍କୁ ଲୋକମାନଙ୍କ ସହ ସେଲଫି ନେବାର ମଧ୍ୟ ଦେଖାଯାଇଛି । ହେଲେ ଏବେ ମୋଦି ନିଜର ଭାଷଣ ପାଇଁ ନୁହେଁ ଜଣେ ମହିଳାଙ୍କ ଇଚ୍ଛା ପୁରଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦିଲ୍ଲୀର ଶିଳ୍ପୀ ନାମକ ଏହି ଯୁବତୀଙ୍କ ଇଛାକୁ ସମ୍ମାନ ଦେଇ ମୋଦି ନିଜର ଏକ ଷ୍ଟୋଲ୍ ତାଙ୍କୁ ଉପହାର ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର କୋଏମ୍ବାଟୁରରେ ଶିବଙ୍କ ୧୧୨ଫୁଟର ବିଶାଳ ପ୍ରତିମୂର୍ତ୍ତ ଉଦଘାଟନ କରିବା ବେଳେ ମୋଦି ନୀଳ ରଙ୍ଗର ଏହି ଷ୍ଟୋଲକୁ ନିଜ ବେକରେ ପକାଇଥିଲେ । ଶିବଙ୍କ ପ୍ରତିଛବି ଥିବା ଏହି ଷ୍ଟୋଲକୁ ଦେଖିବା ପରେ ଏହାକୁ ପାଇବା ପାଇଁ ଶିଳ୍ପୀ ଟ୍ୱିଟ୍ ଜରିଆରେ ଇଚ୍ଛା ଜାହିର୍ କରିଥିଲେ । ସେ ଲେଖିଥିଲେ ‘ ମତେ ନରେନ୍ଦ୍ର ମୋଦିଙ୍କ ଏହି ଷ୍ଟୋଲଟି ଦରକାର’ । ବାସ୍ , ଟୁଇଟ୍ କରିବାର ପରଦିନ ହିଁ ମୋଦିଙ୍କ ହସ୍ତାକ୍ଷର ସହ ଏହି ଷ୍ଟୋଲଟି ଶିଳ୍ପୀଙ୍କ ଘରେ ପହଂଚିଯାଇଥିଲା ।