ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ମ ଭୋଜନ ଖାଇ ୧୩ ପିଲା ଅସୁସ୍ଥ : ସମସ୍ତ ଅସୁସ୍ଥ ମେଡିକାଲରେ ଭର୍ତ୍ତି, ଘଟଣାର ତଦନ୍ତ କରିବ ଗଣଶିକ୍ଷା ବିଭାଗ !

25

କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ସରକାର ପିଲାମାନଙ୍କର ପାଠପଢାକୁ ସହଜ କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ତେବେ ସେହି ଯୋଜନାକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ । ଅନେକ ସମୟରେ ବିଦ୍ୟାଳୟର ପିଲାମାନେ ପେଜ ହାଣ୍ଡିରେ ପଡିଯାଉଛନ୍ତି ତ କେତେବେଳେ ମଧ୍ୟାହ୍ମ ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇ ପଡିଛନ୍ତି । ତେବେ ମଙ୍ଗଳବାର ଦିନ ଦିଲ୍ଲୀର ଉତ୍ତମ ନଗରସ୍ଥିତ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୩ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ସହକାରୀ ଡାକ୍ତରଖାନାରେ ପଡ଼ିଛନ୍ତି ବୋଲି କୁହାଯାଉଛି। ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ମ ଭୋଜନ ଖାଇ ସାରିବା ପରେ ହଠାତ ବାନ୍ତି କରି ବେହୋସ ହୋଇ ପଡିଥିଲେ । ପରେ ପିଲାମାନଙ୍କୁ ତୁରନ୍ତ ଦୀନ ଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ନିଆଯାଇଥିଲା। ପିଲା ଓ ଅନ୍ତଃସ୍ତତ୍ତ୍ୱା ମହିଳାମାନଙ୍କୁ ଭାତ ସହ ସିଝା ବୁଟ ଦିଆଯାଇଥିଲା। ଉତ୍ତମ ନଗର ଅନ୍ତର୍ଗତ ଦୀପକ ବିହାରଠାରେ ଥିବା ଆକୃତି ସ୍ୱୟଂ ସହାୟକ ଦଳ ଏହି ଭୋଜନ ଯୋଗାଇ ଦେଇଥିଲା।

ପୁଲିସ କହିବା ଅନୁସାରେ, ସେ ଭୋଜନ ଖାଇଥିବା ଅନ୍ତଃସତ୍ତ୍ୱା ନାରୀମାନେ କୌଣସି ଅସୁସ୍ଥତା ଅଭିଯୋଗ କରି ନାହାନ୍ତି। ଗତ ୧୧ ବର୍ଷ ହେବ ଉତ୍ତମ ନଗର ଅନ୍ତର୍ଗତ ହସ୍ତଲ୍ ବିହାରବାସିନୀ ୪୭ ବର୍ଷୀୟ ଅନୀତା ଏହି ଅଙ୍ଗନବାଡ଼ି କେନ୍ଦ୍ର ଚଳାଇ ଆସୁଛନ୍ତି।ତେବେ କେଉଁ ପରିସ୍ଥିତିରେ ଏପରି ଭାବରେ ପିଲାମାନଙ୍କର ବାନ୍ତି ହେଲା ତାହାର ତଦନ୍ତ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ତେବେ ଗଣଶିକ୍ଷା ବିଭାଗ ମଧ୍ୟ ଘଟଣା ସମ୍ପର୍କରେ ତଦନ୍ତ କରିବ । ଏହି କେନ୍ଦ୍ରରେ ୪୬ ଜଣ ପିଲା ଓ ୧୩ ଜଣ ଅନ୍ତଃସତ୍ତ୍ୱା ନାରୀ ଅଛନ୍ତି। ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି। ଏ ପର୍ୟ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣା ଜଣାପଡିବା ପରେ ଡାକ୍ତରଖାନାରେ ପିଲାମାନଙ୍କର ମାଗଣା ଚିକିସô୍ା କରାଯିବା ସହ ଘଟଣାରେ ଯିଏ ବି ଦାୟୀ ହୋଇଥିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳ୍ୟୟ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।