କୈଳାସ ସତ୍ୟାର୍ଥୀଙ୍କ ଘରୁ ଚୋରି ମାମଲା : ନୋବେଲ ପ୍ରତିକୃତି ସମେତ ସୁନା ଗହଣା ଜବତ କଲା ଦିଲ୍ଲୀ ପୁଲିସ

34

କନକ ବ୍ୟୁରୋ : ମିଳିଲା ଚୋରି ହୋଇଥିବା ନୋବେଲ ପୁରସ୍କାର । ନୋବେଲ ଶାନ୍ତି ବିଜେତା କୈଳାସ ସତ୍ୟାର୍ଥୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଚୋରି ହୋଇ ଯାଇଥିବା ନୋବେଲ ପ୍ରତିକୃତିର ସନ୍ଧାନ ମିଳିଛି । ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।  ନୋବେଲ ପ୍ରତିକୃତିକୁ ଏକ ଜୁଏଲାରୀରେ ଠାବ କରାଯାଇଛି ।

ଚୋରମାନେ ସତ୍ୟାର୍ଥୀଙ୍କ ଘରେ ଛାଡି ଯାଇଥିବା ହଳେ ଚପଲ ଏବଂ ଅନ୍ୟ କିଛି ସୁରାକ୍ ଆଧାରରେ ତଦନ୍ତ ଚଳାଇଥିଲା ପୁଲିସ । କ୍ରାଇମବ୍ରାଂଚ୍ ଟିମ୍ ଏହି ମାମଲାର ତଦନ୍ତ କରୁଛି । କେବଳ ନୋବେଲ ପ୍ରତିକୃତିକୁ ନେବା ଉଦ୍ଦେଶ୍ୟରେ ହିଁ ଚୋରମାନେ ସତ୍ୟାର୍ଥୀଙ୍କ କାଲକାଜୀ ସ୍ଥିତ ବାସଭବନରେ ପଶିଥିବା ସନ୍ଦେହ କରିଛି ପୁଲିସ । କାରଣ ସେମାନେ ଅନ୍ୟ କୌଣସି ଜିନିଷକୁ ଛୁଇଁ ନ’ଥିଲେ ।