ପୁଲିସଙ୍କୁ ସଲାମ୍ ! ନିଷ୍ଠାର ସହ କାମ କରି ୧୦୦ ନିଖୋଜ ପିଲାଙ୍କୁ ତାଙ୍କ ପରିବାର ସହିତ ମିଶାଇବାରେ ହୋଇଛନ୍ତି ସଫଳ

ଦିଲ୍ଲୀ ବ୍ୟତୀତ ୟୁପି, ବିହାର ଓ ହରିୟାଣାରେ ରହୁଥିବା ଶିଶୁ ସାମିଲ ଅଛନ୍ତି ।

63

ରାଜଧାନୀ ଦିଲ୍ଲୀର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଅଂଚଳ ଉତ୍ତର-ପୂର୍ବ ଦିଲ୍ଲୀରେ ପୁଲିସ୍ ଏବର୍ଷ ଏପର୍ଯ୍ୟନ୍ତ ଏମତି ୧୦୦ଜଣ ଶିଶୁଙ୍କୁ ତାଙ୍କ ପରିବାର ସହ ମିଶାଇଛନ୍ତି । ଯେଉଁମାନେ କୌଣସି ନା କୌଣସି କାରଣରୁ ନିଜର ପରିବାର ଠାରୁ ଅଲଗା ହୋଇଯାଇଥିଲେ । ଏଥିରେ ଦିଲ୍ଲୀ ବ୍ୟତୀତ ୟୁପି, ବିହାର ଓ ହରିୟାଣାରେ ରହୁଥିବା ଶିଶୁ ସାମିଲ ଅଛନ୍ତି ।

ଏହି ଅଂଚଳର ଡିସିପି ଅତୁଲ କୁମାର ଠାକୁର କହିଛନ୍ତି କି, “ନିଜ ପରିବାର ଠାରୁ ଅଲଗା ହୋଇଯାଇଥିବା କିମ୍ବା ଘରୁ ହଜିଯାଇଥିବା ପିଲାଙ୍କୁ ତାଙ୍କ ପରିବାର ସହ ମିଶାଇବା କାମରେ ଦ୍ରୁତ ଓ ନିଷ୍ଠାର ସହ କାମ କରିବା ପାଇଁ ଜିଲ୍ଲାର ଆଣ୍ଟି ହ୍ୟୁମନ୍ ଟ୍ରାଫିକିଙ୍ଗ୍ ୟୁନିଟକୁ ନୂଆ କରି ଗଠନ କରି ୧୩ ଜଣଙ୍କ ଏକ ସ୍ପେଶାଲ ଟିମ୍ ପ୍ରସ୍ତୁତ କରାଯାଇଥିଲା ।”