ପୁଲିସ ମୁଖ୍ୟାଳୟର ୧୦ମହଲା ଛାତରୁ ଡେଇଁ ଜୀବନ ହାରିଲେ ଦିଲ୍ଲୀ ଏସିପି : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ପୁଲିସ ମୁଖ୍ୟାଳୟ ଛାତରୁ ଡେଇଁ ଜୀବନ ହାରିଲେ ଦିଲ୍ଲୀ ଏସିପି ।

187

ପୁଲିସ ମୁଖ୍ୟାଳୟ ଛାତରୁ ଡେଇଁ ଜୀବନ ହାରିଲେ ଦିଲ୍ଲୀ ଏସିପି । ୫୫ବର୍ଷୀୟ ଏସିପି ପ୍ରେମ ବଲ୍ଲଭଙ୍କ ମୃତଦେହ ମୁଖ୍ୟାଳୟ ମୁଖ୍ୟ ପ୍ରବେଶ ଦ୍ୱାରଠାରେ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳ ୧୦ଟାରେ ପ୍ରେମ କାର୍ଯ୍ୟାଳୟକୁ ଆସିଥିବା ବେଳେ କିଛି ସମୟରେ ୧୦ ମହଲାରୁ ସେ ଡେଇଁପଡିଥିଲେ । ଏସିପି ବଲ୍ଲଭ କିଛି ଦିନରୁ ଡିପ୍ରେସନରେ ରହୁଥିଲେ । ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି ।

ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ । ଏନେଇ ପୁଲିସ ତଦନ୍ତ  ଜାରି ରଖିଛି । ପୂର୍ବରୁ ମେ ୧୧ରେ ମୁମ୍ବାଇ ପୋଲିସର ଏନକାଉଂଟର ସ୍ପେସାଲିଷ୍ଟ ଆଇପିଏସ୍ ହିମାଂଶୁ ରାୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ସେହିପରି ମେ ୨୯ରେ ମଧ୍ୟ ଉତରପ୍ରଦେଶ ଏଟିଏସରେ ପିପିଏସ୍ ଅଧିକାରୀ ଆତ୍ମହତ୍ୟା କରିଥିଲେ । ତେବେ ଗତ କିଛି ମାସ ମଧ୍ୟରେ ଦେଶରେ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି ।