ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନର ଆକ୍ରମଣ ଆଶଙ୍କା : ଦିଲ୍ଲୀ ମୁମ୍ବାଇରେ ହାଇ ଆଲର୍ଟ

23

କନକ ବ୍ୟୁରୋ : ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ପଟୁ ଆକ୍ରମଣର ଆଶଙ୍କା କରାଯାଉଛି । ଏଥିପାଇଁ ଦିଲ୍ଲୀ, ମୁମ୍ବାଇ ସମେତ ସମସ୍ତ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ବିଏସଏଫ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ୟୁନିଟକୁ ଜମ୍ମୁ, ପଂଜାବ, ରାଜସ୍ଥାନ ଓ ଗୁଜୁରାଟରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ସାଧରଣ ଜନତାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ପ୍ରତିପକ୍ଷ ଉପରେ କଡା ନଜର ରଖିବାକୁ ହେଡ ଅଫିସରୁ କୁହାଯାଇଛି ।