ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ! ଫାଶୀ ଦଣ୍ଡାଦେଶ ପାଇଥିବା ୩ ଅଭିଯୁକ୍ତଙ୍କ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି । 

37

ବହୁଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତଙ୍କ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ  । ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍ ଭାନୁମତି, ଓ ଆଶୋକ ଭୂଷଣଙ୍କ ବେଂଚ୍ ୩ ଜଣ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଆବେଦନର ରିଭ୍ୟୁ ପିଟିସନର ରାୟ ପ୍ରକାଶ କରିବେ ।

ଅଭିଯୁକ୍ତ ବିନୟ ଶର୍ମା, ପୱନ ଗୁପ୍ତା ଓ ମୁକେଶ ସିଂହଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ତେବେ ମାମଲାର ଚତୁର୍ଥ ଅଭିଯୁକ୍ତ ଏ ଯାଏଁ ରିଭ୍ୟୁ ପିଟିସନ କରିନଥିବା ଜଣାପଡିଛି । ସମସ୍ତ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀଦଣ୍ଡ ଦେଇଥିବା ବେଳେ ୨୦୧୭ ମେ ୫ ତାରିଖରେ ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖିଥିଲେ । ୨୦୧୨ ଡିସେମ୍ବର ୧୬ ରେ ୨୩ ବର୍ଷୀୟ ପାରା ମେଡିକାଲ୍ ଛାତ୍ରୀଙ୍କୁ ବସ୍ ଭିତରେ ୬ ଜଣ ଦୁଷ୍କର୍ମ କରିଥିଲେ । ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା ।