ମାଓ ମୁକାବିଲା ନେଇ ଦିଲ୍ଲୀରେ ପ୍ରସ୍ତୁତ ହେବ ରଣନୀତି ! ଓଡିଶା ସମେତ ୧୦ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ରାଜନାଥଙ୍କ ଆଲୋଚନା

24

କନକ ବ୍ୟୁରୋ : ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସେ ସାମିଲ ହେବେ । ଛତିଶଗଡ ଜିଲ୍ଲା ସୁକମାରେ ହୋଇଥିବା ମାଓବାଦୀଙ୍କ ହମଲାରେ ୨୫ ସିଆରିପିଏଫ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଆକ୍ସନ ମୁଡରେ ଥିବା କେନ୍ଦ୍ର ସରକାର ଆଜିର ବୈଠକରେ ମାଓବାଦୀ ଦମନ ରଣନୀତି ଉପରେ ସମୀକ୍ଷା କରିବେ ।ଏଥିରେ ମାଓ ପ୍ରଭାବିତ ୧୦ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଓ ମତାମତ ଲୋଡାଯିବ ବୋଲି ସୂଚନା ରହିଛି ।