ସନ୍ଦେହ ନେଲା ଜୀବନ ! ପତ୍ନୀଙ୍କୁ ୩୫ଥର ଛୁରୀ ମାରି ହତ୍ୟା କଲେ ସ୍ୱାମୀ

31

କନକ ବ୍ୟୁରୋ : ସନ୍ଦେହ ନେଲା ଜୀବନ । ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ୩୫ ଥର ଛୁରୀ ମାରି ହତ୍ୟା କରିଛନ୍ତି ଅଭିଯୁକ୍ତ ସ୍ୱାମୀ । ଏହା ସହ ମା’କୁ ବଂଚାଇବାକୁ ଚେଷ୍ଟା କରିଥିବା ପୁଅକୁ ମଧ୍ୟ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଘଟଣାଟି ଘଟିଛି ନର୍ଥଇଷ୍ଟ୍ ଦିଲ୍ଲୀରେ ।

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବିନୋଦ ବିଷ୍ଟଙ୍କ ସନ୍ଦେହ ଥିଲା ଯେ ପତ୍ନୀ ରେଖାଙ୍କ ଅନ୍ୟ କାହା ସହ ପ୍ରେମ ସଂପର୍କ ଅଛି । ତେଣୁ ଏନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ତେବେ ବୁଧବାର ଦିନ ଝଗଡା ଉଗ୍ରରୂପ ନେଇଥିଲା । ଯେଉଁଥିରେ ରକ୍ତମୁଖା ବିନୋଦ ପତ୍ନୀ ରେଖାକୁ ଛୁରୀ ମାରି ହତ୍ୟା କରିଥିଲେ । ସେ ପୁଣି ଥରେ କି ଦୁଇ ଥର ନୁହେଁ ପ୍ରାୟ ୩୫ ଥର ଛୁରୀ ମାରିଛନ୍ତି ବିନୋଦ । ତେବେ ପାଖର ଥିବା ୧୫ ବର୍ଷୀୟ ପୁଅ ବିନୀତ୍ ରେଖାଙ୍କୁ ବଂଚାଇବାକୁ ଚେଷ୍ଟା କରିବାରୁ ବିନୋଦ୍ ତାଙ୍କୁ ମଧ୍ୟ ସେହି ଛୁରୀରେ ଆକ୍ରମଣ କରିଥିଲେ । ଯେଉଁଥିରେ ଗୁରୁତର ଆହତ ହୋଇ ବିନୀତ୍ ଏବେ ହସପିଟାଲରେ ଅଛନ୍ତି । ତେବେ ଘଟଣା ସ୍ଥଳରୁ ବିନୋଦ୍ ଫେରାର୍ ହୋଇଯାଇଥିବାରୁ ପୁଲିସ୍ ଛାନଭିନ୍ ଜାରି ରଖିଛି ।