ଦେଶଦ୍ରୋହୀ ଶରଜିଲ୍ ଇମାମ୍ ଗିରଫ ପରେ ପାଟଣାରୁ ଦିଲ୍ଲୀ ଆଣିବାକୁ ପୋଲିସ୍ ର ପ୍ରୟାସ : ଭାରତରୁ ଆସାମକୁ ଅଲଗା କରିବା ନେଇ ଲୋକଙ୍କୁ ଉସୁକାଉଥିଲା ଇମାମ୍ । 

116

ଦେଶଦ୍ରୋହ ମାମଲାରେ ବିହାରର ଜହାନାବାଦ୍ ରୁ ଗିରଫ ହୋଇଥିବା ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ଛାତ୍ର ଶରଜିଲ୍ ଇମାମ୍ କୁ ଆଜି ଦିଲ୍ଲୀ ଅଣାଯିବ । ଗିରଫ ପରେ ଜହାନାବାଦ୍ କୋର୍ଟରୁ ମଙ୍ଗଳବାର ଦିଲ୍ଲୀ ପୋଲିସ୍ ଇମାମ୍ କୁ ରିମାଣ୍ଡରେ ନେଇଛି । ଗତକାଲି ରାତିରେ ତାକୁ ପାଟଣାର ମହିଳା ଥାନାରେ ରଖାଯାଇଥିଲା । ଆଜି ସକାଳେ ଦିଲ୍ଲୀ ପୋଲିସ୍ ଦେଶଦ୍ରୋହୀକୁ ନେଇ ଏୟାରପୋର୍ଟ ପହଁଚିଥିଲେ । ସୂତ୍ର ଅନୁସାରେ , ପୋଲିସ୍ ଶରଜିଲ୍ ଇମାମ୍ ର ଛୋଟ ଭାଇକୁ ଏନେଇ ପଚରାଉଚରା କରିଥିଲା ଯାହାପରେ ବିହାର ଏବଂ ଦିଲ୍ଲୀ ପୋଲିସ୍ ଙ୍କ ମିଳିତ ପ୍ରୟାସରେ ଇମାମ୍ କୁ ମଙ୍ଗଳବାର ଗିରଫ କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ସହିନ୍ ବାଗ୍ ରେ ସିଏଏକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନର ମୁଖ୍ୟ ସଂଯୋଜକ ମଧ୍ୟରେ ଜଣେ ହେଉଛି ଶରଜିଲ୍ ଇମାମ୍ । ଗିରଫ ପରେ ଶରଜିଲ୍ ନିଜ ବୟାନରେ କହିଛି , ‘ମୁଁ ଜାନୁଆରୀ ୨୮ ,୨୦୨୦ ରେ ଦିଲ୍ଲୀ ପୋଲିସ୍ ଆଗରେ ଆତ୍ମସମର୍ପଣ କରିଥିଲି । ମୁଁ ପୂର୍ବରୁ ମଧ୍ୟ ଜାଞ୍ଚ୍ ପ୍ରକ୍ରିୟାରେ ପୋଲିସ୍ ର ସହାୟତା କରିବାକୁ ଚାହୁଁଥିଲି । ମୋତେ ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୁର୍ଣ୍ଣ ବିଶ୍ୱାସ ରହିଛି । ମୋ ସୁରକ୍ଷା ଏବେ ଦିଲ୍ଲୀ ପୋଲିସ୍ ହାତରେ ରହିଛି ।’ ଇମାମ୍ ର ଓକିଲ ମାସିକା ସିଂହ ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି କହିଛନ୍ତି , ଆମେ ଜାଞ୍ଚ୍ ପ୍ରକ୍ରିୟାରେ ସହଯୋଗ କରିବାକୁ ଚାହୁଁଛୁ ।