ଦିଲ୍ଲୀର ଯମୁନା ନଦୀରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ : ଉଦ୍ଧାରକାର୍ଯ୍ୟରେ ଲାଗିଛି ଦମକଳବାହିନୀ

51

କନକ ବ୍ୟୁରୋ : ନୂଆଦିଲ୍ଲୀର ଅଲ୍ଲୀପୁର ନିକଟରେ ଯମୁନା ନଦୀରେ ୪ଜଣ ପିଲା ବୁଡିଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମୟରେ ୪ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ଶବକୁ ଉଦ୍ଧାରକାରୀଦଳ ଖୋଜୁଛନ୍ତି । ନଦୀ ପାଖରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ହରିୟାଣାରୁ ୭ଜଣ ଯୁବକ ଯମୁନା ନଦୀରେ ଗାଧୋଇବା ଲାଗି ଦିଲ୍ଲୀ ଆସିଥିଲେ । ସମସ୍ତ ଛାତ୍ର ନବମ ଶ୍ରେଣୀରେ ପଢୁଥିବା ସହ ଆଜି ରବିବାର ଥିବାରୁ ନଦୀକୁ ଗାଧୋଇବାକୁ ଆସିଥିଲେ । ତେବେ ସେମାନେ ନୂଆ ହୋଇଥିବାରୁ ପାଣିର ଗଭୀରତା ଜାଣିପାରିନଥିଲେ । ସେମାନେ ସାଙ୍ଗ ହୋଇ ସମସ୍ତେ ଗାଧୋଉଥିଲେ । ନଦୀରେ ପ୍ରବଳ ସ୍ରୋତଥିବା କାରଣରୁ ୪ଜଣ ଯୁବକ ଭାସିଯାଇଥିବା ଜଣାପଡିଛି । ଯେଉଁମାନେ ନଦୀରେ ଭାସିଯାଇଛନ୍ତି ସେମାନେ ସମସ୍ତେ ନାବାଳକ ଥିବା ଜଣାପଡିଛି ।

 

ବୁଡିଯାଇଥିବା ସମ୍ପର୍କରେ ଖବର ପାଇଲା ପରେ ସ୍ଥାନୀୟ ପୋଲିସ ଓ ଦମକଳବାହିନୀ ପହଞ୍ଚି ବୁଡି ଯାଇଥିବା ନାବାଳକମାନଙ୍କୁ ଖୋଜାଖୋଜି କରିଥିଲେ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଯମୁନା ନଦୀରେ ବନ୍ୟା ପାଣି ଆସିଥିବାରୁ ସେଠାକାର ସ୍ଥାନୀୟ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ତେଣୁ ଯେଉଁ ସମୟରେ ଛାତ୍ରମାନେ ନଦୀରେ ବୁଡିଯାଇଥିଲେ ସେତେବେଳେ ସେମାନଙ୍କୁ କେହି ଉଦ୍ଧାର କରିପାରିନଥିଲେ । ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ନଦୀରେ ଅକାତପାଣି ରହିଛି । ତେଣୁୂ ପାଣି ମଧ୍ୟରେ ଅଧିକ ସମୟ ରହି ନାବାଳକ ମାନଙ୍କୁ ଖୋଜିବା ସମ୍ଭବ ହୋଇ ପାରୁନାହିଁ । ତଥାପି ଆମେ ମାନେ ଚେଷ୍ଟା କରୁଛୁ । ଆମର ଆଶା ସମସ୍ତେ ନଦୀରୁ ମିଳିଯିବେ ବୋଲି । ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକ ଜମାହୋଇ ରହିବା ସହ ସ୍ଥାନୀୟ ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିବା ସୂଚନା ମିଳିଛି ।