ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ! ୧୭ଜଣ ମୃତ,ଛାତ ଉପରୁ ଜୀବନ ବଂଚାଇବାକୁ ଡେଇଁପଡିଲେ ୩ କର୍ମଚାରୀ

144

କନକ ବ୍ୟୁରୋ : ଦିଲ୍ଲୀ କରୋଲବାଗରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୧୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆଜି ପାଖାପାଖି ଭୋର୍ ସାଢ଼େ ୪ଟା ବେଳେ ସଦିଲ୍ଲୀ କରୋଲବାଗରେ ଥିବା ହୋଟେଲ ଅର୍ପିତା ପ୍ୟାଲେସରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା ଯେ ନିଆଁ ଲିଭାଇବାକୁ ୨୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଁଚିଥିଲା । ଅନ୍ୟପଟେ ନିଆଁରୁ ବର୍ତ୍ତିବାକୁ ଯାଇ ୩ଜଣ ବ୍ୟକ୍ତି ଚାରିମହଲା କୋଠାରୁ ଡେଇଁ ପଡ଼ିଥିଲା ।

ଡେଇଁପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ୨୫ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଆଁକୁ ଆୟତ କରାଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଯାଏଁ ଜଣାପଡ଼ିନାହିଁ । ହୋଟେଲରେ ନିଆଁ ଲାଗିବା ବେଳେ ଲୋକେ ଶୋଇଥିବାରୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ଆହତଙ୍କୁ ନୋଇଡା ମେଟ୍ରୋ ହାର୍ଟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ବର୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି ।