ସ୍କୁଲ୍ ପରିସରରେ ବିକ୍ରି କରନାହିଁ ବହି କିମ୍ବା ୟୁନିଫର୍ମ ! ସିବିଏସଇକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

41

କନକ ବ୍ୟୁରୋ : ସ୍କୁଲ ପରିସରରେ ବିକ୍ରି ହୋଇପାରିବ ନାହିଁ ବହି ଏବଂ ୟୁନିଫର୍ମ । ସ୍କୁଲକୁ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଭାବରେ ବ୍ୟବହାର କରିପାରିବ ନାହିଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ନିଜ ଅନୁବନ୍ଧିତ ସ୍କୁଲ ଗୁଡ଼ିକୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସିବିଏସ୍ଇ ଦ୍ୱାରା ଅନୁବନ୍ଧିତ ସ୍କୁଲ ଗୁଡ଼ିକରେ ବହି କିମ୍ବା ୟୁନିଫର୍ମ ବିକ୍ରି ନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ସିବିଏସ୍ଇକୁ ନିର୍ଦ୍ଦେଶ ଦେବା ପରେ ଏଭଳି ଏକ ସର୍କୁଲାର ଜାରି ହୋଇଛି ।

ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ପାଠ୍ୟପୁସ୍ତକ ଏବଂ ପିଲାଙ୍କ ୟୁନିଫର୍ମ ପାଇଁ ସିବିଏସ୍ଇ, ସ୍କୁଲ ଗୁଡ଼ିକୁ ଏସବୁର ବିକ୍ରି ପାଇଁ ବ୍ୟବହାର କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ସୁନିଲ ପୋଖରିଆଲଙ୍କ ପକ୍ଷରୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ସ୍କୁଲ ପରିସରକୁ ଏକ ବ୍ୟବସାୟ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିବା ନେଇ ସୁନିଲ କୋର୍ଟର ଆଶ୍ରୟ ନେଇଥିଲେ ।

ଗତ ଏପ୍ରିଲ ୧୯ ତାରିଖରେ ଆଇନର ଉଲଂଘନ ହେଉଥିବା ଦର୍ଶାଇ ସ୍କୁଲରେ ବହି, ୟୁନିର୍ଫମ ଏବଂ ପାଠ୍ୟ ଉପକରଣ ବିକ୍ରି ଉପରେ କଟକଣା ଜାରି କରିଥିଲେ । ତେବେ ସ୍କୁଲ କର୍ତୃପକ୍ଷଙ୍କ ଜାଣତରେ କ୍ୟାମ୍ପସ ଭିତରେ ବିକ୍ରି ହେଉଥିବା ନଜର ଆସିବା ପରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା ।