ଶିକ୍ଷକଙ୍କ ପାଇଁ ଖୁସି ଖବର ! କେବଳ ପାଠ ପଢ଼ାଇବେ, ଆଉ କରିବେନି ଅଣଶିକ୍ଷଣ କାର୍ଯ୍ୟ

1,155

ଦେଶର ଭବିଷ୍ୟତ ଗଢ଼ିବାରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛି ଶିକ୍ଷା ଓ ଶିକ୍ଷକ। ହେଲେ ବର୍ତ୍ତମାନ ସମୟରେ ଶିକ୍ଷକ ଓ ଶିକ୍ଷା ପରସ୍ପର ଠାରୁ ବିଚ୍ୟୁତ ହେଲାପରି ଲାଗୁଛି । ଆଉ ଏହାର ପ୍ରମୁଖ କାରଣ ଶିକ୍ଷକଙ୍କୁ ପାଠ ପଢ଼ାବ୍ୟତୀତ ଅନ୍ୟ କାମ ମଧ୍ୟ କରିବା ପାଇଁ ପଡ଼ୁଛି । ପାଠ ପଢ଼ାଇବା ବ୍ୟତୀତ ଭୋଟର ସଂଶୋଧନ, ଦାରିଦ୍ର‌୍ୟ ସୀମାରେଖା ଗଣନା, ଅଣ୍ଡା ହିସାବ ରଖିବା, ବିପିଏଲ ଚାଉଳ ହିସାବ, ପରି ଅନେକ କାମ ଶିକ୍ଷକଙ୍କୁ କରିବା ପାଇଁ ପଡ଼ୁଛି । ସରକାରୀ କଳର ଭାରବୁଧା ଗଧ ହୋଇଯାଇଛନ୍ତି ଶିକ୍ଷକ । ଯଦ୍ୱାରା ସିଧାସଳଖ ଭାବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ।

ହେଲେ ଆଗକୁ ଶିକ୍ଷକଙ୍କୁ ଆଉ ଅଣଶିକ୍ଷଣ କାର୍ଯ୍ୟ କରିବା ପାଇଁ ପଡ଼ିବନାହିଁ । କେବଳ ପାଠ ପଢ଼ାଇବେ ଶିକ୍ଷକ । ଶିକ୍ଷକ ଓ ପ୍ରିନ୍ସିପାଲ ଆଉ ଅଣଣିକ୍ଷଣ କାର୍ଯ୍ୟ କରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ଅଖିଳ ଦିଲ୍ଲୀ ପ୍ରାଥମିକ ସଂଘ ତରଫରୁ ହାଇକୋର୍ଟରେ ଦାୟର ହୋଇଥିବା ମାମଲା ଅନୁସାରେ ନିଗମର ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ପାଠ ପଢ଼ାଇବା ବ୍ୟତୀତ ଅନ୍ୟ କାମ କରିବା ପାଇଁ ଦିଆଯାଏ ।

ହାଇକୋର୍ଟ କହିଛନ୍ତି ଶିକ୍ଷକଙ୍କ କାମ ପାଠ ପଢ଼ାଇବା । ହେଲେ ଅନ୍ୟ ଅଣଶିକ୍ଷଣ କାର୍ଯ୍ୟର୍ରେ ଲିପ୍ତ ଥିବା ଯୋଗୁଁ ଶିକ୍ଷକଙ୍କ ଉପରେ ଅତିରିକ୍ତ ବୋଝ ପଉୁଛି । ଯାହା ଭାବେ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ ।