ଶସ୍ତା ହେବ ମଦ ଏବଂ ବିୟର ! ଜାଣନ୍ତୁ କେବେଠାରୁ ହେବ କାର୍ଯ୍ୟକାରୀ

722

ସର୍ବ ପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ କି ଭାରତର ରାଜଧାନୀ ଦିଲ୍ଲୀରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଖୁବ୍ ଶୀଘ୍ର ଦିଲ୍ଲୀରେ ଶସ୍ତା ହୋଇପାରେ ମାଦକ ଦ୍ରବ୍ୟ । ଦିଲ୍ଲୀ ସରକାର ଏଥିପାଇଁ ସମସ୍ତ ଯୋଜନା ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । ତେବେ ଦିଲ୍ଲୀ ସରକାର ଚାହୁଛନ୍ତି କି ଅନ୍ୟ ବସ୍ତୁଗୁଡିକ ଭଳି ମାଦକ ଦ୍ରବ୍ୟକୁ ବି ଜିଏସଟି ପରିସରରେ ଅଣାଯାଉ ।

ଦିଲ୍ଲୀ ବିଧାନସଭାରେ ଉପସ୍ଥାପନା କରାଯାଇଥିବା ପଂଚମ ଆର୍ଥିକ ଆୟୋଗ ରିପୋର୍ଟରେ, ମଦକୁ ଜିଏସଟି ପରିସରରେ ଆଣିବାକୁ ସୁପାରିସ କରାଯାଇଛି । ଯାହାକୁ ଖୁବ୍ ଶୀଘ୍ର ଦିଲ୍ଲୀ ସରକାର ଲାଗୁ କରିପାରନ୍ତି । ତେବେ ବର୍ତ୍ତମାନ ଦିଲ୍ଲୀରେ ମଦ ବିକ୍ରି ଉପରେ ୨୦ ପ୍ରତିଶତ ଭାଟ ଲଗାଯାଉଛି, କିନ୍ତୁ ଜିଏସଟି ପରିସରରେ ଆସିବା ଦ୍ୱାରା ମଦ ଉପରେ ୧୮ ପ୍ରତିଶତ ଜିଏଟି ଲାଗିବ । ଅର୍ଥାତ୍ ଏହାଦ୍ୱାରା ମଦ ଉପରେ ଦୁଇ ପ୍ରତିଶତର ଆଶ୍ୱସ୍ତି ମିଳିବ ।

ଜିଏସଟି କାଉନସିଲ ଲଗାତର ମଦକୁ ଜିଏସଟି ପରିସରରେ ଆଣିବାକୁ ଯୁକ୍ତି ବାଢୁଥିଲେ, ହେଲେ ରାଜ୍ୟମାନଙ୍କ ସହମତି ନମିଳିବା କାରଣରୁ ଏହି ମାମଲାଟି ଝୁଲି ରହୁଥିଲା । ତେବେ ଦିଲ୍ଲୀ ସରକାର ଏହି ମାମଲାରେ ଆଗୂୁଆ ପଦକ୍ଷେପ ନେଇ ମଦକୁ ଜିଏସଟି ପରିସରରେ ଆଣିବାର ସୁପାରିସକୁ ସ୍ୱୀକାର କରଛନ୍ତି ।