୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଦିଲ୍ଲୀରେ ଚାଲିଛି ପ୍ରସ୍ତୁତି : ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି

50

କନକ ବ୍ୟୁରୋ : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ ଆୟୋଜିତ ହେବ ସ୍ୱତନ୍ତ୍ର ଉତ୍ସବ । ତେବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେପି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବ କି ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି । ତେବେ ବିଜେପି ଏହାକୁ ନେଇ ପ୍ରବଂଚନା କରୁଛି ବୋଲି କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।

ବକ୍ସି ଜଗବନ୍ଧୁ କେବେଠାରୁ ମୃତ୍ୟୁବରଣ କଲେଣି ଅଥଚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବେବି ସେହି ମହାନ ପୁରୁଷଙ୍କୁ ମନେପକାଇ ନଥିଲେ ବୋଲି ସେ କହିଛନ୍ତି । ଅନ୍ୟପଟେ ଉତ୍ସବ କମିଟିରୁ ତାଙ୍କୁ ବାହାର କରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସାଂସଦ ପ୍ରସନ୍ନ ପାଟଶାଣୀ ।

ଦେଖନ୍ତୁ ଏହି ଭିଡ଼ିଓ –