ଭଦ୍ରାଙ୍କ ଗୁମର ଖୋଲିବାକୁ ୧୬ ଘଣ୍ଟା ଧରି ଚାଲିଲା ରେଟ୍ ! ରାତି ଅନିଦ୍ରା ହୋଇ କାଗଜପତ୍ର ଖୋଜିଲା ଇଡି ଟିମ୍  ।

159

ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ ବାସଭବନରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢାଉ । ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ଭଦ୍ରାଙ୍କ ତିନି ଘନିଷ୍ଟ ସôହଯୋଗୀଙ୍କ କାର୍ଯ୍ୟାଳୟରେ ଇଡି ଚଢାଉ କରିଛି । ଗତକାଲି  ଦିଲ୍ଲୀ ଏନସିଆର ଓ ବେଙ୍ଗାଲୁରର ୬ଟି ସ୍ଥାନରେ ଏକକାଳୀନ ଇଡି ଅଧିକାରୀ ଚଢାଉ କରିଛନ୍ତି । ସ୍କାଏଲାଇଟ ହସ୍ପିଟାଲିଟର ସୁଖଦେବ ବିହାର ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ୟୁପିଏ ଶାସନ ସମୟରେ ପ୍ରତିରକ୍ଷା ଡିଲକୁ ନେଇ ହୋଇଥିବା କମିସନି କରିବାର ଲିଙ୍କ୍ ସନ୍ଦେହରେ ଚଢାଉ କରିଛି ଇଡି । କାର୍ଯ୍ୟାଳୟରୁ କିଛି ଦସ୍ତାବିଜ ଇଡି ଜବତ କରିଥିବା ବେଳେ ଚଢାଉ ନେଇ କୌଣସି ସୂଚନା ଦେଇନାହିଁ । ପୂର୍ବରୁ ଲାଣ୍ଡ ସ୍କାମ ମାମଲାରେ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ଏନେଇ ଇଡି ଭଦ୍ରାଙ୍କୁ ତୃତୀୟ ଥର ପାଇଁ ସମନ ମଧ୍ୟ ଜାରି କରି ସାରିଛି । ତେବେ ଏହାକୁ ନେଇ କଂଗ୍ରେସ ପଲଟିକାଲ ଭେଣ୍ଡେଟା ଅଭିଯୋଗ ଆଣିଛି କଂଗ୍ରେସ । ଭଦ୍ରାଙ୍କ କଂପାନୀ ଓ ସହଯୋଗୀଙ୍କ କାର୍ଯ୍ୟାଳୟରେ ଚଢାଉ କରି ମିଥ୍ୟା ଦସ୍ତାବିଜକୁ ପ୍ରମାଣିତ କରିବାରୁ ମୋଦି ସରକାର ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ବିଜେପି କହିଛି ଏହା ଭଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ । ତେବେ ଇଡିର ଏହି ରେଟ୍ ୧୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ କିଭଳି ଚାଲିଥିଲା ଏହି ୧୬ ଘଣ୍ଟାର ରେଟ୍ ଆସନ୍ତୁ ଜାଣିବା ।

ସ୍କାଏଲାଇଟ ହସ୍ପିଟାଲିଟି କମ୍ପାନୀର ଓକିଲ ତବରେଜ୍ ଙ୍କ ଆରୋପ ହେଲା ଇଡି ସୁଖଦେବ ବିହାର ସ୍ଥିତ ବାଡାର ଅଫିସରେ କବାଟ ଭାଙ୍ଗି ଭି୍ତରକୁ ପଶିଥିଲେ ଏବଂ କର୍ମଚାରୀଙ୍କୁ ୧୩ ରୁ ୧୪ ଘଣ୍ଟା ଧରି ବନ୍ଦ କରି ରଖିଥିଲେ । ତାଙ୍କ କହିବାନୁସାରେ ଇଡି ଗେଟ୍ ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଥିଲା । ଅଫିସକୁ ପୁରା ତନ୍ନତନ୍ନ କରି ଦେଖାଗଲା ଏବଂ ସବୁ ତାଲାକୁ ବି ଭାଙ୍ଗି ଦିଆଗଲା । ତବରେଜ୍ ଙ୍କ ଆରୋପ ଅନୁସାରେ ଇଡି ଟିମ୍ ଯେତେବେଳେ ଅଫିସକୁ ଆସିଲେ ସେତେବେଳେ ନିଜ ପରିଚୟ ବି ଦେଇନଥିଲେ ।

ଇଡି ସୁତ୍ରାନୁସାରେ ଏହି ରେଟ୍ କୁ ଭଦ୍ରାଙ୍କ ଓକିଲ ସୁମନ୍ ଜ୍ୟୋତି ଖେତାନ୍ ରେଟ୍ ବଦଳରେ ରାଜନୀତି ଏବଂ ଦୁର୍ବାଭ କହିଥିଲେ । ଖେତାନ୍ ଙ୍କ କହିବାନୁସାରେ, ପାଞ୍ଚ ବର୍ଷରୁ ସରକାର ଭଦ୍ରାଙ୍କୁ ଡରାଇବା ଏବଂ ତାଙ୍କ ଛବିକୁ ସମାଜ ଆଗରେ ଖରାପ କରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ସରକାର ଭଦ୍ରା ଏବଂ ତାଙ୍କ ପରିବାର ,ପରିଜନକୁ କ୍ଷତି ପହଚାଂଇବା ପାଇଁ ଇଡି,ସିବିଆଇ,ଆୟକର ବିଭାଗ ସମେତ ସବୁ ଏଜେନ୍ସୀଙ୍କ ବ୍ୟବହାର କରୁଛନ୍ତି ।

ଚଢାଉ ଉପରେ କ୍ଷୋଭ ପ୍ରକାଶ କଲା କଂଗ୍ରେସ :

ଇଡିର ଚଢାଉରେ କଂଗ୍ରେସର କ୍ଷୋଭ ଆହୁରି ବଢି ଯାଇଥିଲା । କ୍ଷୋଭରେ ଥିବା କଂଗ୍ରେସ ମୋଦି ସରକାରକୁ ବେଆଇନ୍ ଉପାୟରେ ଚଢାଉ କରିଥିବା ନେଇ ଆରୋପ ଲଗାଇଛନ୍ତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେବାଲାଙ୍କ ମତରେ , ‘ ମୋଦି ସରକାରଙ୍କ ଗୋଡ କବରରେ ଲଟକି ରହିଛି,କିନ୍ତୁ ବେଲଗାମ ବାଦଶାହଙ୍କୁ ଶାସନର ଏଭଳି ମୋହ ଚଢିଛି ଯେ ନିୟମ ,କାନୁନ ଏବଂ ସମ୍ବିଧାନକୁ ଉପରେ ରହି ନିଷ୍ପତି ନେଉଛନ୍ତି । ଇଡି,ସିବିଆଇ,ଆୟକର ବିଭାଗ ଏବେ ସ୍ୱତନ୍ତ୍ର ଜାଞ୍ଚ୍ ଏଜେନ୍ସୀର ଭୁମିକା ବଦଳରେ ମୋଦିଙ୍କ ବ୍ୟକ୍ତିଗତ ଗୁଲାମୀ କରୁଛନ୍ତି । ସେମାନଙ୍କୁ ନା ନିୟମର ସମ୍ମାନ ରହିଛି ନା ରାଜନୀତିକ ସୁଚିତାର ଚିନ୍ତା କରୁଛନ୍ତି । ଏବେ ମୋଦିଜୀ ପ୍ରଧାନମନ୍ତ୍ରୀ ବଦଳରେ ଜଣେ ଡନ୍ ର ଭୂମିକା ନିଭାଉଛନ୍ତି ଏବଂ ନିଜ ପଦର ଦୁରୁପଯୋଗ କରୁଛନ୍ତି ।