ଡାକ୍ତରଙ୍କ ଧର୍ମଘଟରେ ହନ୍ତସନ୍ତ ହେଉଛନ୍ତି ରୋଗୀ ! ଏମ୍ସ ବାହାରେ ରୋଗୀଙ୍କ ନାହିନଥିବା ଭୀଡ଼ ।

118

ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ଆରମ୍ଭ ହୋଇଥିବା ରାଜନୈତିକ ହିଂସା ଏବେ ସିଷ୍ଟମ ଆଡକୁ ମାଡିଗଲାଣି । ଏଠାରେ ଜଣେ ଜୁନିୟର୍ ଡାକ୍ତରଙ୍କ ସହ ହୋଇଥିବା ମାରପିଟ୍ ଘଟଣାରେ ମେଡିକାଲ୍ ଆସୋସିଏସନ୍ ରକ୍ତ ଚାଉଳ ଚୋବାଉଛି । ଡାକ୍ତର ଧାରଣାରେ ବସିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାର ସମାଧାନର ବାଟ ବାହାର କରିବା ବଦଳରେ ଡାକ୍ତରଙ୍କ ଉପରେ ହିଁ ପଲଟା ଆକ୍ରମଣ କରୁଛନ୍ତି ।

ବଙ୍ଗଳାରେ ଡାକ୍ତରଙ୍କ ପ୍ରଭାବ ଏବେ ସମ୍ପୁର୍ଣ୍ଣ ଦେଶରେ ପଡିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ,ଉତ୍ତରପ୍ରଦେଶ,ମହାରାଷ୍ଟ୍ର,ଏମପି, ସମେତ ଦେଶର ଅନେକ ସ୍ଥାନରେ ଡାକ୍ତରମାନେ କାମ କରିବା ବନ୍ଦ କରିଦେଇଛନ୍ତି । ତେବେ ଡାକ୍ତରଙ୍କ ଧର୍ମଘଟର ସିଧା ପ୍ରଭାବ ରୋଗୀମାନଙ୍କ ଉପରେ ପଡିଛି । ଏମସ୍ ବାହାରେ ରୋଗୀଙ୍କ ପରିଜନ ନାହିନଥିବା ଅସୁବିଧା ଭୋଗୁଛନ୍ତି ।


ପଶ୍ଚିମବଙ୍ଗର ଏହି ଘଟଣା ପରେ ଗୁରୁବାର ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥା (ଏମ୍ସ) ର ଡାକ୍ତର ମୁଣ୍ଡରେ ପଟ୍ଟି ବାନ୍ଦି ପ୍ରଦର୍ଶନ କରିଛନ୍ତି । ଏଭଳି ସ୍ଥିିତିିରେ ରୋଗ ସହ ସଂଘର୍ଷ କରୁଥିବା ରୋଗୀ ଏବଂ ତାଙ୍କ ଜ୍ଞାତି ପରିଜନ କଷ୍ଟ ଭୋଗୁଛନ୍ତି । ମାମଲା ଏତେ ଆଗକୁ ବଢି ଯାଇଛି ଯେ କଥା ଅଦାଲତକୁ ପହଁଚି ଯାଇଛି ।