ଦିଲ୍ଲୀରେ ୧୧ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଚାଞ୍ଚଲ୍ୟକର ଖବର : ପୁଲିସ୍ କହିଲା, କୌଣସି ଧାର୍ମିକ କିମ୍ବା ଅଲୌକିକତା କାର୍ଯ୍ୟରେ ଲିପ୍ତଥିଲା ପରିବାର

36

କନକ ବ୍ୟୁରୋ : ଦିଲ୍ଲୀରେ ଗୋଟିଏ ଘରୁ ସନ୍ଦେହଜନକ ଭାବରେ ୧୧ଟି ମୃତଦେହ ମିଳିବା ଘଟଣାରେ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସର ସୂଚନା ଅନୁସାରେ ଘର ଭିତରେ କୌଣସି ଧାର୍ମିକ କିମ୍ବା ରହସ୍ୟମୟ କାର୍ଯ୍ୟକଳାପରେ ଲିପ୍ତ ଥିଲେ ପରିବାର ଲୋକ । ବଡ କଥା ହେଉଛି-ଘରୁ ଚୋରି କିମ୍ବା ଡକାୟତି ଭଳି କୌଣସି ଚିହ୍ନ ନଥିବା ପୁଲିସ୍ କହିଛି । ଘରେ ଥିବା ଗହଣା ଏବଂ ମୋବାଇଲ ସେମିତି ପୂର୍ବପରି ରହିଥିବା ପୁଲି୍ସ ସୂଚନା ଦେଇଛି । ମୃତଦେହ ମିଳିବା ନେଇ ପୁଲିସ୍ ଘର ଖାନ୍ ତଲାସୀ କରିବା ବେଳେ ସେଠୁ ଏକ ସୁଇସାଇଡ ନୋଟ୍ ମିଳିଥିବା ସୂଚନା ଦେଇଛି । ଯେଉଁଥିରୁ ସନ୍ଦେହ କରାଯାଉଛି ଯେ, ପରିବାର ଲୋକ କୌଣସି ଧାର୍ମିକ କିମ୍ବା କୌଣସି ଅଲୌକିତ କାର୍ଯ୍ୟଳଳାପରେ ଲିପ୍ତ ଥିଲେ ।

ସୂଚନାଯୋଗ୍ୟ ଗତକାଲି ଦିଲ୍ଲୀ ବୁରାଡି ସ୍ଥିତ ସନ୍ଥନଗରରେ ଗୋଟିଏ ଘରୁ ସନ୍ଦେହଜନକ ସ୍ଥିତିରେ ୧୧ଟି ଶବ ମିଳିଥିଲା । ସମସ୍ତ ମୃତଦେହ ରଶିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକମାନଙ୍କ ମଧ୍ୟରେ ଥିଲେ ୭ଜଣ ମହିଳା ଓ ୪ଜଣ ପୁରୁଷ । ଘଟଣା ସ୍ଥଳରେ ପୋଲିସ ପହଂଚି ଛାନବିନ ଆରମ୍ଭ କରିଥିଲା । ମିଳିଥିବା ସୂଚନା ଅନୁସାରେ କିଛି ମୃତଦେହର ହାତଗୋଡ ବନ୍ଧା ହୋଇଛି ଏବଂ ଆଉ କିଛି ମୃତଦେହ ଆଖିରେ ପଟି ବନ୍ଧା ହୋଇଥିଲା ।