ଦିଲ୍ଲୀ ହର୍ଷବିହାର ଅଂଚଳରେ ଭୁଶୁଡିଲା କୋଠାର ଛାତ : ଗୋଟିଏ ପରିବାରର ବାପା ମା’ ମୃତ, ୩ଶିଶୁ ଗୁରୁତର

17

କନକ ବ୍ୟୁରୋ : ଦିଲ୍ଲୀରେ ଭୁଶୁଡିଲା କୋଠା । ନୋଏଡା ପରେ ଦିଲ୍ଲୀ ହର୍ଷବିହାର ଅଂଚଳରେ ଏକ ବିଲଡିଙ୍ଗର ଛାଡ ଭୁଶୁଡି ପଡିଛି । ଏଥିରେ ୨ଜଣ ପ୍ରାଣ ହରାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ଜଣ ଶିଶୁ ରହିଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ମୃତକ ଦୁଇଜଣ ବାପା ମାଆ ହୋଇଥିବାବେଳେ ୩ଜଣ ଶିଶୁ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଅଘଟଣ ଘଟିଛି । ଖବମର ପାଇ ଘଟଣଶସ୍ଥଳରେ ଫାୟାର ବ୍ରିିଗ୍ରେଡ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ସେପଟେ ଗାଜିୟାବାଦରେ ମଧ୍ୟ କୋଠା ଭୁଶୁଡି ପଡିବାରୁ ଜଣଙ୍କର ପ୍ରାଣହହାନୀ ଘଟିଛି । ୮ରୁ ଅଧିକ ଆହତ ,ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଗାଜିୟାବାଦର ମିଶାଲଗାଦି ଅଂଚଳରେ ଏହି ଅଘଟଣ ଘଟିଛି । ତେବେ ଭୁଷୁଡି୍ଥିବା କୋଠାଟି ନିର୍ମାାଣଧୀନ ରହିଥିଲା । ଗତକାଲି ଘଟଣା ଘଟିବା ପରେ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।